www.outlookindia.com
ନୂଆଦିଲ୍ଲୀ: ଗତକାଲି ହୋଇଥିବା ଏକ୍ଜିଟ୍ ପୋଲ୍ ଫଳାଫଳରୁ ୨୦୧୯ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ କ୍ଷମତାକୁ ଆସିପାରନ୍ତି ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍। ସୋମବାର ଏକ୍ଜିଟ୍ ପୋଲ୍କୁ ନେଇ ଶଶୀ ଥରୁର୍ କହିଛନ୍ତି କି ସେ ୨୩ ମେ ପର୍ଯ୍ୟନ୍ତ ଅପେକ୍ଷା କରିବେ।
ସେ ଗଣମାଧ୍ୟମରେ ନିଜର ମତ ବ୍ୟକ୍ତ କରି କହିଛନ୍ତି ଯେ ‘ମୁଁ ବିଶ୍ୱାସ କରୁଛି ଯେ ଏହି ଏକ୍ଜିଟ୍ ପୋଲ୍ ଫଳାଫଳ ଭୁଲ୍ ଅଟେ। ଗତ ସପ୍ତାହରେ ଅଷ୍ଟ୍ରେଲିଆର୍ ୫୬ଟି ଏକ୍ଜିଟ୍ ପୋଲ୍ ରିପୋର୍ଟକୁ ଭୁଲ୍ ପ୍ରମାଣିତ କରାଯାଇଛି। ଭାରତରେ ବହୁତ ଲୋକ ନିଜର ଭୋଟ୍ ସଂପର୍କରେ ଭୟରେ ସତ କଥା କୁହନ୍ତି ନାହିଁ। ମେ ୨୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ସତ ଫଳାଫଳ ସେଦିନ ହିଁ ଜଣାପଡ଼ିବ।’
Follow Us