କେରଳରେ ମାଗଣାରେ ସର୍ଭିସିଂ ସୁବିଧା ପ୍ରଦାନ କରୁଛନ୍ତି ବିଭିନ୍ନ ଅଟୋମୋବାଇଲ କମ୍ପାନି 

କେରଳରେ ମାଗଣାରେ ସର୍ଭିସିଂ ସୁବିଧା ପ୍ରଦାନ କରୁଛନ୍ତି ବିଭିନ୍ନ ଅଟୋମୋବାଇଲ କମ୍ପାନି 

ନୂଆଦିଲ୍ଲୀ :  କେରଳ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିବା ପାଇଁ ସାରା ଭାରତ ଏକ ହୋଇଯାଇଛି ।  ସାଧାରଣ ଲୋକମାନଙ୍କଠାରୁ ଆରମ୍ଭ କରି ସରକାର ଓ କର୍ପୋରେଟ ହାଉସ ସମସ୍ତେ ସହାୟତାର ହାତ ବଢାଇଛନ୍ତି । ଅଟୋମୋବାଇଲ କମ୍ପାନିମାନେ ମଧ୍ୟ ଲୋକମାନଙ୍କୁ ସହାୟତା କରିବାକୁ ମାଗଣା ସର୍ଭିସିଂ ସୁବିଧା ପ୍ରଦାନ କରୁଛନ୍ତି ।

ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ତରଫରୁ ମାଗଣା ସର୍ଭିସ୍‌ ଅଭିଯାନ ଓ ଏକ୍ସଚେଞ୍ଜ୍‌ ସୁବିଧାର ଘୋଷଣା କରାଯାଇଛି। ଗ୍ରାହକମାନଙ୍କୁ କମ୍ପାନିର ସ୍ଥାନୀୟ ଡିଲର୍‌ମାନେ ଗାଡ଼ିଗୁଡ଼ିକର ମରାମତି ବେଳେ ମାଗଣା ଶ୍ରମ ଖର୍ଚ ଓ ଇଂଜିନ ଅଏଲ୍‌ ସୁବିଧା ପ୍ରଦାନ କରିବେ। ରାଜ୍ୟର ଗ୍ରାହକମାନଙ୍କୁ ୨୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମିଳିବ। ମରାମତି ପାଇଁ ନିକଟସ୍ଥ ଡିଲର୍‌ ଶ୍ରମଶକ୍ତି ସହାୟତା ପ୍ରଦାନ କରିବେ। ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଗ୍ରାହକମାନଙ୍କୁ ହୋଣ୍ଡା ମୋବାଇଲ୍‌ ସର୍ଭିସ୍‌ ଭ୍ୟାନ୍‌ (ଏମ୍‌ଏସ୍‌ଭି) ସେବା ପ୍ରଦାନ କରିବେ। ଗ୍ରାହକମାନେ ହୋଣ୍ଡାର ଯେକୌଣସି ସ୍ୱୀକୃତିପ୍ରାପ୍ତ ଡିଲରସିପ୍‌ରେ ପହଞ୍ଚିି ମାଗଣାରେ ସର୍ଭିସ୍‌ ସୁବିଧା ପାଇପାରିବେ।

ଦେଶର ପ୍ରମୁଖ କାର କମ୍ପାନି ମାରୁତି-ସୁଜୁକୀ  ମଧ୍ୟ ମାଗଣା ସର୍ଭିସିଂ ସୁବିଧା ପ୍ରଦାନ କରୁଛି । କେରଳରେ ଥିବା ୧୮୦ଟି ଡିଲରସିପରେ ୨୪ ଘଣ୍ଟିଆ ମାଗଣା ସର୍ଭିସିଂ ସହାୟତା ପ୍ରଦାନ କରାଯାଉଛି । ଏଥିପାଇଁ ଏକ କଲ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe