ଜଗତସିଂହପୁର: ୫୫ ନମ୍ବର ଜାତୀୟ ରାଜପଥ ଜଗତସିଂହପୁର ଉପକଣ୍ଠ ମଙ୍ଗଳପୁର ନିକଟରେ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଅଟୋଟି କଟକ ପଟୁ ଜଗତସିଂହପୁର ଅଭିମୁଖେ ଆସୁଥିଲା। ମଙ୍ଗଳପୁର ନିକଟରେ ପଛ ପଟୁ ଏକ ବାଇକ ଆସି ସାମ୍ନା ପଟୁ ଆସି ଏକ ଗଳି ରାସ୍ତାକୁ ପଳାଇଥିଲା।
ଅଟୋ ବ୍ରେକ ମାରିବାରୁ ଓଲଟି ପ଼ଡିଥିଲା। ନିକଟରେ ଥିବା ସିସିଟିଭି ଫୁଟେଜରେ ସମସ୍ତ ଦୃଶ୍ୟ ରହିଛି | ଡ୍ରାଇଭର ସମେତ ଅନ୍ଯ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିବା ଜଣାପଡିଛି।
Follow Us