ଗଣେଶ ଚତୁର୍ଥୀ ଅବସରରେ ଜୀବେଦୟା ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟକ୍ରମ

ଗଣେଶ ହେଉଛନ୍ତି ଆଦ୍ୟ ଦେବ। ଗଣେଶ ଚତୁର୍ଥୀ ଅବସରରେ ଜୀବେଦୟା ଫାଉଣ୍ଡେସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି କଟକ ଏବଂ ଭୁବନେଶ୍ୱର ସହରର ବିଭିନ୍ନ ରାସ୍ତାକଡ଼ରେ ଅନୁଷ୍ଠିତ ହୋଇଯାଇଛି।

Untitled

ଭୁବନେଶ୍ୱର: ଗଣେଶ ହେଉଛନ୍ତି ଆଦ୍ୟ ଦେବ। ଯେଉଁ ଦେବତାଙ୍କର ପୂଜା ହେଉ ନା କାହିଁକି ଆଦ୍ୟରେ ପୂଜା ପାଆନ୍ତି ପ୍ରଭୁ ଶ୍ରୀଗଣେଶ। ଗଣେଶ ଚତୁର୍ଥୀ ଅବସରରେ ଜୀବେଦୟା ଫାଉଣ୍ଡେସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି କଟକ ଏବଂ ଭୁବନେଶ୍ୱର ସହରର ବିଭିନ୍ନ ରାସ୍ତାକଡ଼ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକ ଛୋଟ ପିଲା (ଗୌରବ ରାଜ ସ୍ୱାଇଁ )ବାଲ ଗଣେଶଙ୍କର ରୂପଧରି, ହାତରେ ପ୍ଲା କାର୍ଡ ଧରି ବୁଲି ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛି। କେଉଁଠି ଗୋମାତାଙ୍କୁ ଖାଇବାକୁ ଦେଉଛନ୍ତି, ତ ଅନ୍ୟ କେଉଁଠି କୁକୁରକୁ ସ୍ନେହ ପ୍ରଦାନ କରୁଛନ୍ତି ଏବଂ ପୁଣି କେଉଁଠି ବୃକ୍ଷରୋପଣ ମଧ୍ୟ କରୁଛନ୍ତି।   ଯେପରି ସତରେ କି ଶ୍ରୀ ଗଣେଶଜୀ ପ୍ରଭୁ ସ୍ୱୟଂ ନିଜେ ଧରା ପୃଷ୍ଠ ରେ ଅବତରଣ କରି ଲୋକମାନଙ୍କୁ ଏକ ସୁସ୍ଥ ଏବଂ ସୁନ୍ଦର ପୃଥିବୀ ନିର୍ମାଣ କରନ୍ତୁ ବୋଲି ବାର୍ତ୍ତା ବାଣ୍ଟୁଛନ୍ତି।

ଗଣେଶ ଚତୁର୍ଥୀ ଅବସରରେ ଜୀବେଦୟା ଫାଉଣ୍ଡେସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି କଟକ ଏବଂ ଭୁବନେଶ୍ୱର ସହରର ବିଭିନ୍ନ ରାସ୍ତାକଡ଼ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକ ଛୋଟ ପିଲା (ଗୌରବ ରାଜ ସ୍ୱାଇଁ )ବାଲ ଗଣେଶଙ୍କର ରୂପଧରି, ହାତରେ ପ୍ଲା କାର୍ଡ ଧରି ବୁଲି ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛି। କେଉଁଠି ଗୋମାତାଙ୍କୁ ଖାଇବାକୁ ଦେଉଛନ୍ତି, ତ ଅନ୍ୟ କେଉଁଠି କୁକୁରକୁ ସ୍ନେହ ପ୍ରଦାନ କରୁଛନ୍ତି ଏବଂ ପୁଣି କେଉଁଠି ବୃକ୍ଷରୋପଣ ମଧ୍ୟ କରୁଛନ୍ତି। ଯେପରି ସତରେ କି ଶ୍ରୀ ଗଣେଶଜୀ ପ୍ରଭୁ ସ୍ୱୟଂ ନିଜେ ଧରା ପୃଷ୍ଠ ରେ ଅବତରଣ କରି ଲୋକମାନଙ୍କୁ ଏକ ସୁସ୍ଥ ଏବଂ ସୁନ୍ଦର ପୃଥିବୀ ନିର୍ମାଣ କରନ୍ତୁ ବୋଲି ବାର୍ତ୍ତା ବାଣ୍ଟୁଛନ୍ତି।

ଅନେକ ସ୍ଥାନରେ ଗଣେଶ ବେଶଧାରୀ ବାଳକ ଲୋକମାନଙ୍କୁ ପ୍ଲାଷ୍ଟିକ ଯୋଗୁଁ ଗାଈଗୋରୁ କିପରି ଭାବରେ ରୋଗଗ୍ରସ୍ତ ହେଉଛନ୍ତି ଏବଂ ପରିବେଶ ମଧ୍ୟ ଦୂଷିତ ହେଉଛି ସେହି ବିଷୟରେ ସଚେତନ କରେଇଛନ୍ତି। ଛୋଟ ବାଲ ଗଣେଶଜୀ ସମସ୍ତଙ୍କୁ ଅନୁରୋଧ କରିବାକୁ ଯାଇ ବୁଝାଇଛନ୍ତି ଯେ ସମସ୍ତ ଜୀବଙ୍କ ଶରୀରରେ ଈଶ୍ୱର ବିଦ୍ୟମାନ। ତେଣୁ ଯଦି ଲୋକମାନେ ସମସ୍ତ ଜୀବଙ୍କୁ ଭଲପାଇବା ସହିତ ସେମାନଙ୍କୁ ସୁରକ୍ଷା ଦେବେ ତେବେ ସତରେ ସମସ୍ତେ ପ୍ରଭୁଙ୍କ କୃପା ଓ ଆଶୀର୍ବାଦ ପାଇପାରିବେ। ଜୀବେଦୟା ଫାଉଣ୍ଡେସନର ଟ୍ରଷ୍ଟି ଦେବକୀ ବେହେରା ଦାଶଙ୍କର ତତ୍ୱାବଧାନରେ  ଅନ୍ୟ ସଦସ୍ୟ ଏବଂ ସଦସ୍ୟା ଯଥା ଶ୍ରୀ ବେହେରା, ନତାଶା ରୟ, କମଲ  କୁମାର ବେହେରା, ସତ୍ୟଜିତ ମୁଦୁଲି, ସନ୍ତୋଷ ପରିଡା, ସୋନିକା ପଣ୍ଡା, ପୁନମ ସିଂ, ସୁଶ୍ରୀ ସଂଗୀତା ରାଉତ ପ୍ରଭୁତିଙ୍କ ସହାୟତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe