ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିରର ୧୫ କିମି ପରିଧି ମଧ୍ୟରେ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଆମିଷ ଖାଦ୍ୟ ସାମଗ୍ରୀ ବିତରଣ ଉପରେ କଟକଣା ଲଗାଯାଇଛି। ଶୁକ୍ରବାର ଅଯୋଧ୍ୟା ପ୍ରଶାସନ ଆମିଷ ଖାଦ୍ୟ ସାମଗ୍ରୀ ବିତରଣ ଉପରେ କଟକଣା ଲଗାଇଛନ୍ତି। 'ପଞ୍ଚକୋଶୀ ପରିକ୍ରମା' ଅନ୍ତର୍ଗତ ଅଞ୍ଚଳରେ ଆମିଷ ସାମଗ୍ରୀ ଯୋଗାଣ କରୁଥିବା ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମଗୁଡ଼ିକ ବିଷୟରେ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
କେତେକ ହୋଟେଲ ଓ ହୋମ୍ଷ୍ଟେ ଅତିଥିମାନଙ୍କୁ ଆମିଷ ଖାଦ୍ୟ ସହିତ ମଦ ଯୋଗାଉଥିବା ଜାଣିବାକୁ ମିଳିଛି ବୋଲି ଅଯୋଧ୍ୟା ପ୍ରଶାସନ ଜଣାଇଛି। ଏପରି କାର୍ଯ୍ୟରୁ ଦୂରେଇ ରହିବାକୁ କର୍ତ୍ତୃପକ୍ଷ ଚେତାବନୀ ଜାରି କରିଛନ୍ତି। ଅଯୋଧ୍ୟା ଓ ଫୈଜାବାଦକୁ ଯୋଡ଼ୁଥିବା ୧୪ କିମିର ରାମ ପଥରେ ମଦ ଓ ମାଂସ ବିକ୍ରି କରିବା ଉପରେ ଅଯୋଧ୍ୟା ମ୍ୟୁନିସିପାଲ କର୍ପୋରେସନ ଗତବର୍ଷ ମେ’ ମାସରେ କଟକଣା ଲଗାଇଥିଲେ।
ଆହୁରି ପଢନ୍ତୁ: Khwaja Asif : ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ନେତାନ୍ୟାହୁଙ୍କୁ ତୁର୍କୀ ବନ୍ଦୀ କରୁ ବୋଲି ପାକିସ୍ତାନୀ ପ୍ରାର୍ଥନା କରୁଛନ୍ତି’
କିନ୍ତୁ ଗତ ୯ ମାସ ମଧ୍ୟରେ ମଦ ବିକ୍ରି ଉପରେ କଟକଣା ଲାଗୁ ହୋଇପାରିନାହିଁ। ସମ୍ପୃକ୍ତ ୧୪ କିମି ରାସ୍ତାରେ ଡଜନରୁ ଅଧିକ ଦୋକାନରେ ମଦ ବିକ୍ରି ଚାଲିଥିବା ସ୍ଥାନୀୟ ଲୋକ କହିଛନ୍ତି। ମ୍ୟୁନିସିପାଲ ଅଧିକାରୀ କହିଛନ୍ତି, ପୌର ପ୍ରଶାସନ ପକ୍ଷରୁ ରାମ ପଥରେ ମାଂସ ଦୋକାନ ବନ୍ଦ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଦ ବିକ୍ରି ଉପରେ କଟକଣା ଆବଶ୍ୟକ ଥିବା କହିଛନ୍ତି।
ଆହୁରି ପଢନ୍ତୁ: IAS Success Story: ଦିନେ ଷଷ୍ଠ ଶ୍ରେଶୀରେ କରି ପାରୁନଥିଲେ ପାସ, ନିଜର କଠିନ ପରିଶ୍ରମ ବଳରେ ହୋଇପାରିଛନ୍ତି ଆଇଏଏସ
ସହାୟକ ଖାଦ୍ୟ ଆୟୁକ୍ତ ମାନିକ୍ ଚନ୍ଦ୍ର ସିଂହ କହିଛନ୍ତି, ଅନଲାଇନ୍ ପ୍ଲାଟଫର୍ମରେ ପର୍ଯ୍ୟଟକଙ୍କୁ ଆମିଷ ଖାଦ୍ୟ ସାମଗ୍ରୀ ବିତରଣ କରାଯାଉଥିବା ଅଭିଯୋଗ ହେଉଛି। ଅଭିଯୋଗ ଆଧାରରେ ଆମିଷ ଖାଦ୍ୟ ବିତରଣ ଉପରେ କଟକଣା ଲାଗଯାଇଛି। ସମସ୍ତ ହୋଟେଲ, ଦୋକାନ ତଥା ଡେଲିଭରୀ (ଖାଦ୍ୟ ବିତରଣ) କମ୍ପାନୀଙ୍କୁ କଟକଣା ସମ୍ପର୍କରେ ସୂଚନା ଦିଆଯାଇଛି। ଅନୁପାଳନ ସୁନିଶ୍ଚିତ କରିବା ପାଇଁ ନିରନ୍ତର ତଦାରଖ କରାଯିବ ବୋଲି ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/10/ram-janmaboomi-ayodhya-uttar-pradesh-1-2026-01-10-18-33-55.jpg)