ନୂଆଦିଲ୍ଲୀ: ଦିନେ ଷଷ୍ଠ ଶ୍ରେଣୀରେ ପାସ କରିବା ପାଇଁ ଅସମର୍ଥ ଥିଲେ କିନ୍ତୁ ନିଜର ଅଦମ୍ୟ ସାହସ ଏବଂ କଠିନ ପରିଶ୍ରମ ଜରିଆରେ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ଅଲ୍ ଇଣ୍ଡିଆରେ ୨ ନମ୍ବର ରାଙ୍କ୍ ହାସଲ କଲେ। ଆଜି ଆମେ ଆଇଏଏସ ରୁକ୍ମିଣୀ ରିଆରଙ୍କ ବିଷୟରେ କହିବୁ ଯିଏ ବିନା କୋଚିଂରେ ସିଭିଲ୍ ସର୍ଭିସ ପରୀକ୍ଷାରେ ପାସ୍ କରିବାରେ ସଫଳ ହୋଇଥିଲେ।
କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ବଳରେ ମଣିଷ ସବୁ ଲକ୍ଷ୍ୟକୁ ସାଧିତ କରିଥାଏ। ଚଲା ପଥରେ ଯେତେ କଣ୍ଟା ଆସୁ ପଛେ କିନ୍ତୁ ଯଦି ଆପଣଙ୍କ ଲକ୍ଷ୍ୟ ସଠିକ ଅଛି ତେବେ ତାହାକୁ ହାସଲ କରିବା ସହଜ ହୋଇଥାଏ। ଆମେ ସମସ୍ତେ ଜାଣିଛୁ ଯେ ଭାରତର ସବୁଠାରୁ କଷ୍ଟକର ପରୀକ୍ଷା ୟୁପିଏସସିକୁ ପାସ୍ କରିବା ପାଇଁ ଛାତ୍ରଛାତ୍ରୀମାନେ ଘଣ୍ଟା ଘଣ୍ଟା ସମୟ ପାଠପଢ଼ାରେ ବିତାଇ ଦିଅନ୍ତି। ତଥାପି ଏପରି କିଛି ଆଶାୟୀ ଅଛନ୍ତି ଯେଉଁମାନେ ଜୀବନରେ ଯେକୌଣସି ଚ୍ୟାଲେଞ୍ଜ ଆସିଲେ ମଧ୍ୟ ବିଜୟୀ ହୋଇଥାନ୍ତି। ସେହିପରି ଏକ ମହିଳା ହେଉଛନ୍ତି ରୁକ୍ମିଣୀ ରିଆର। ଯିଏ ଷଷ୍ଠ ଶ୍ରେଣୀ ପାସ୍ କରିବାରେ ଅସମର୍ଥ ଥାଇ ମଧ୍ୟ ବିନା କୌଣସି କୋଚିଂରେ ସିଭିଲ୍ ସର୍ଭିସ ପରୀକ୍ଷାରେ ଅଲ୍ ଇଣ୍ଡିଆ ରେ ୨ ନମ୍ବର ରାଙ୍କ୍ ହାସଲ କରିଥିଲେ।
ଷଷ୍ଠ ଶ୍ରେଣୀରେ ହୋଇଥିଲେ ବିଫଳ
ରୁକ୍ମିଣୀ ରିଆର ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଅଟନ୍ତି। ଛୋଟବେଳୁ ରୁକ୍ମିଣୀ ପାଠପଢାରେ ବହୁତ ଦୁର୍ବଳ ଥିଲେ। ଏପରିକି ତାଙ୍କୁ ଷଷ୍ଠ ଶ୍ରେଣୀରେ ପାସ ହେବା ପାଇଁ ୨ ବର୍ଷର ସମୟ ଲାଗିଥିଲା। କିନ୍ତୁ ଲଗାତାର ବିଫଳତା ପରେ ବି ହାର ମାନି ନଥିଲେ ରୁକ୍ମିଣୀ। ଷଷ୍ଠ ଶ୍ରେଣୀ ସରିବା ପରେ ସେ ଡାଲହାଉସିର ସେକ୍ରେଡ୍ ହାର୍ଟ ସ୍କୁଲରେ ତାଙ୍କର ସ୍କୁଲ ଶିକ୍ଷାକୁ ଶେଷ କରିଥିଲେ। ତାପରେ ସେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ ସାମାଜିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସ୍ନାତକ ହାସଲ କରିବା ପରେ ସେ ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନରୁ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ।
ଆହୁରି ପଢନ୍ତୁ: O Romeo Teaser Out: ଶାହିଦ କପୁରଙ୍କ ‘ଓ ରୋମିଓ’ ଟିଜର ରିଲିଜ୍, ଆକ୍ସନ୍ ଓ ଥ୍ରୀଲର୍ର ମଜା ପାଇବେ ଦର୍ଶକ
ୟୁପିଏସସିରେ ୨ ନମ୍ବର ରାଙ୍କ୍ ହାସଲ କରିଥିଲେ
ଅଧ୍ୟବସାୟ କ୍ଷେତ୍ରରେ ସଫଳତା ପାଇବା ଫଳରେ ସେ କେବେ ଆଉ ପଛକୁ ଫେରି ଚାହିଁ ନଥିଲେ। ସବୁବେଳେ ଉଚ୍ଚ ଆଶା ପୋଷଣ କରିଥିବା ରୁକ୍ମିଣୀ ସ୍ନାତକୋତ୍ତର ଶିକ୍ଷା ସରିବା ପରେ ସେ ମହୀଶୂରର ଅଶୋଦୟ ଏବଂ ମୁମ୍ବାଇର ଅନ୍ନପୂର୍ଣ୍ଣା ମହିଳା ମଣ୍ଡଳ ଭଳି ଏନଜିଓରେ ଇଣ୍ଟର୍ନସିପ କରିବା ଆରମ୍ଭ କରିଥିଲେ। ଏହି ଇଣ୍ଟର୍ନସିପ୍ ସମୟରେ ରୁକ୍ମିଣୀ ୟୁପିଏସସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ସେ କୌଣସି କୋଚିଂ ଲୋଡ଼ି ନଥିଲେ। ସେ ନିଜେ ପ୍ରସ୍ତୁତ ହୋଇଥିଲେ ଏବଂ ୨୦୧୧ରେ ସେ ଏହି ପରୀକ୍ଷାରେ ଅଲ୍ ଇଣ୍ଡିଆରେ ୨ ନମ୍ବର ରାଙ୍କ ହାସଲ କରି ନିଜ ଆଇଏଏସ ହେବା ଆଶାକୁ ପୂରଣ କରିଥିଲେ।
ଆହୁରି ପଢନ୍ତୁ: Change Phone Setting: ତୁରନ୍ତ ବଦଳାନ୍ତୁ ଫୋନର ଏହି ସେଟିଙ୍ଗ: ନହେଲେ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ
କିପରି କରୁଥିଲେ ପ୍ରସ୍ତୁତି?
ଏକ ଗଣମାଧ୍ୟମର ସାକ୍ଷାତକାରରେ ରୁକ୍ମିଣୀ ଆଇଏଏସ ପାଇଁ କରିଥିବା ପ୍ରସ୍ତୁତି ବିଷୟରେ କହିଥିଲେ। ସେ କହିଥିଲେ ଯେ, କେବଳ ଏନସିଆରଟି ବହି ପଢିବା ସହ ସବୁଦିନ ଖବରକାଗଜ ମଧ୍ୟ ପଢୁଥିଲେ। ପ୍ରତିଦିନ ଏପରି କରିବା ତାଙ୍କୁ ୟୁପିଏସିରେ ଉତ୍ତୀର୍ଣ୍ଣ ହେବା ବହୁତ ସାହାଯ୍ୟ କରିଥିଲା। ଏହା ସହିତ ସେ ଭୁଲକୁ କମ କରିବା ଏବଂ ସମୟକୁ ସଠିକ ଭାବରେ ପରିଚାଳନା କରିବା ପାଇଁ ଅନେକ ମକ୍ ପରୀକ୍ଷା ଦେଇଥିଲେ। ଏହାଛଡା ସେ ପରୀକ୍ଷା ପୂର୍ବରୁ ଗତ ବର୍ଷର ପ୍ରଶ୍ନପତ୍ରକୁ ଭଲ ଭାବରେ ଅଭ୍ୟାସ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/10/89b686d5-5c0e-453d-b4ac-2d54f4c9e7ea-2026-01-10-18-04-09.jpg)