ହାଇୱା ଧକ୍କାରେ ବିଟେକ୍‌ ଛାତ୍ରୀ ମୃତ

Advertisment

ବେଦବ୍ୟାସ ହନୁମାନ ମନ୍ଦିର ନିକଟରେ ହାଇୱା ଧକ୍କାରେ ବିଟେକ୍‌  ଛାତ୍ରୀ ବର୍ଷା ମୁଣ୍ଡାରୀ (୨୫)ଙ୍କର ମୃତ୍ୟୁ ହୋଇଛି। ନିଶ୍ଚିତ ମୃତ୍ୟୁମୁଖରୁ ତା’ର ସାଙ୍ଗ ବର୍ତ୍ତିଯାଇଛନ୍ତି।

ବେଦବ୍ୟାସ ହନୁମାନ ମନ୍ଦିର ନିକଟରେ ହାଇୱା ଧକ୍କାରେ ବିଟେକ୍‌  ଛାତ୍ରୀ ବର୍ଷା ମୁଣ୍ଡାରୀ (୨୫)ଙ୍କର ମୃତ୍ୟୁ ହୋଇଛି। ନିଶ୍ଚିତ ମୃତ୍ୟୁମୁଖରୁ ତା’ର ସାଙ୍ଗ ବର୍ତ୍ତିଯାଇଛନ୍ତି।

Dead

ରାଉରକେଲା: ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଦୁର୍ଘଟଣା। ବେଦବ୍ୟାସ ହନୁମାନ ମନ୍ଦିର ନିକଟରେ ହାଇୱା ଧକ୍କାରେ ବିଟେକ୍‌  ଛାତ୍ରୀ ବର୍ଷା ମୁଣ୍ଡାରୀ (୨୫)ଙ୍କର ମୃତ୍ୟୁ ହୋଇଛି। ନିଶ୍ଚିତ ମୃତ୍ୟୁମୁଖରୁ ତା’ର ସାଙ୍ଗ ବର୍ତ୍ତିଯାଇଛନ୍ତି। ବ୍ରାହ୍ମଣୀତରଙ୍ଗ ପୁଲିସ ଛାତ୍ରୀଙ୍କ ଶବ ଜବତ କରି ଆର୍‌ଜିଏଚ୍‌ ପଠାଇଛି। ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ସେପଟେ ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ଡ୍ରାଇଭରକୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକ ଥାନା ଘେରାଉ କରିଥିଲେ। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବେଦବ୍ୟାସ ହନୁମାନ ମନ୍ଦିର ନିକଟରେ ହାଇୱା ଧକ୍କାରେ ବିଟେକ୍‌  ଛାତ୍ରୀ ବର୍ଷା ମୁଣ୍ଡାରୀ (୨୫)ଙ୍କର ମୃତ୍ୟୁ ହୋଇଛି। ନିଶ୍ଚିତ ମୃତ୍ୟୁମୁଖରୁ ତା’ର ସାଙ୍ଗ ବର୍ତ୍ତିଯାଇଛନ୍ତି। ବ୍ରାହ୍ମଣୀତରଙ୍ଗ ପୁଲିସ ଛାତ୍ରୀଙ୍କ ଶବ ଜବତ କରି ଆର୍‌ଜିଏଚ୍‌ ପଠାଇଛି। ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ସେପଟେ ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ଡ୍ରାଇଭରକୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକ ଥାନା ଘେରାଉ କରିଥିଲେ। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପୁଲିସ ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି ହେଉ ନଥିବାରୁ ବାରମ୍ବାର ଏଭଳି  ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।  ଜଲଦା ‘ ଏ’ ବ୍ଳକରେ ବର୍ଷା ମୁଣ୍ଡାରୀ ରହନ୍ତି। ଗତକାଲି ସକାଳେ ବର୍ଷା ତା’ର ସାଙ୍ଗ ସହ (ଓଡି ୧୪ଟି -୧୨୧୦) ବେଦବ୍ୟା‌ସ ଶୈବପୀଠ ବୁଲିବାକୁ ଆସିଥିଲେ। ଠାକୁର ଦର୍ଶନ କରିବା ପରେ ସାଙ୍ଗ ସହ ଘରକୁ ଫେରୁଥିଲେ। ବେଦବ୍ୟାସ ରାସ୍ତାର ହନୁମାନ ମନ୍ଦିର ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଧକ୍କା ଦେଇଥିଲା। ପଡ଼ିଯିବା ପରେ ହାଇୱା ଚଢ଼ିଯିବାରୁ ଘଟଣାସ୍ଥଳରେ ବର୍ଷାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe