ଟିଏମ୍‌ସି ପକ୍ଷରୁ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କଲେ ନିର୍ବାଚନ ଅଧିକାରୀ

Advertisment
ଟିଏମ୍‌ସି ପକ୍ଷରୁ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କଲେ ନିର୍ବାଚନ ଅଧିକାରୀ

Times now

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଅଧିକାରୀ ଅରିଜ ଅଫତାବ ବୁଧବାର କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ବାବୁଲି ସୁପ୍ରିୟ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବଧି ଉଲ୍ଲଂଘନ କରିଛନ୍ତି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିବା ପରେ ନିର୍ବାଚନ ଅଧିକାରୀ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି।

ଟିଏମ୍‌ସି ପକ୍ଷରୁ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ବିଜେପିର ଏକ ଦଳୀୟ ଗୀତକୁ ନିର୍ବାଚନ କମିସନଙ୍କ ଦ୍ୱାରା ଏପ୍ରିଲ୍‌ ୭ ତାରିଖରୁ ବ୍ୟାନ କରି ଦିଆଯାଇଥିଲା । ମାତ୍ର ଏପ୍ରିଲ୍‌ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଆସାନଶୋଲ୍‌ଠାରେ ଏକ ରାଲିକୁ ସମ୍ବୋଧନ କଲା ବେଳର ଭିଡିଓ ଏକ ଭାଇରାଲ୍‌ ହୋଇଛି। ଭିଡିଓରେ ଶୁଣିବାକୁ ମିଳିଛି ଯେ ମଞ୍ଚ ଉପରେ କିଛି ବିଜେପି କର୍ମୀ ସେହି ବିଜେପି ଥିମ୍‌ ଗୀତଟିକୁ ବଜାଇବା ଲାଗି କହୁଛନ୍ତି। ପରେ ସେହି ଗୀତଟିକୁ ମଧ୍ୟ ବଜାଯାଇଛି।

ଗୀତଟିକୁ ନିର୍ବାଚନ କମିସନ ବ୍ୟାନ୍‌ କରିବା ପରେ ବି ବଜାଯାଇ ଥିବା ହେତୁ ଟିଏମ୍‌ସି ପକ୍ଷରୁ ଗୀତଟିର କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ବିରୋଧରେ ନିର୍ବାଚନ କମିସନଙ୍କ ଆଗରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe