ଖୁସି ଖବର ଦେଲେ କେଏଲ ରାହୁଲ, ଘରକୁ ଆସିଲା କୁନି ପରୀ

Advertisment

ଭାରତୀୟ କ୍ରିକେଟର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ସେଟ୍ଟି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ ଏବଂ ଆଥିୟା ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଥମ ଥର ପାଇଁ ପିତାମାତା ହେବା ବିଷୟରେ ସୂଚନା ଦେଇଛନ୍ତି।

ଭାରତୀୟ କ୍ରିକେଟର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ସେଟ୍ଟି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ ଏବଂ ଆଥିୟା ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଥମ ଥର ପାଇଁ ପିତାମାତା ହେବା ବିଷୟରେ ସୂଚନା ଦେଇଛନ୍ତି।

baby

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ସେଟ୍ଟି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ ଏବଂ ଆଥିୟା ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଥମ ଥର ପାଇଁ ପିତାମାତା ହେବା ବିଷୟରେ ସୂଚନା ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଏହି କାରଣରୁ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ୍ ଖେଳିବାକୁ ଆସିନାହାଁନ୍ତି। ଏହି ଦମ୍ପତି ଗତ ବର୍ଷ ନଭେମ୍ବରରେ ସୂଚନା ଦେଇଥିଲେ ଯେ ଆଥିୟା ଗର୍ଭବତୀ ଅଛନ୍ତି।

୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତି ଭାରତୀୟ ଦଳ ଦୁବାଇରୁ ଫେରିବା ପରଠାରୁ, ରାହୁଲ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ୍ ଖେଳି ପାରନ୍ତି ନାହିଁ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଏହି ଖବର ପ୍ରଚାର ହେବା ପରେ ଦୁହିଁଙ୍କୁ ଅଭିନନ୍ଦନର ସୁଅ ଛୁଟିଛି | ବଲିଉଡ ଅଭିନେତା ଟାଇଗର ଶ୍ରଫ ଏକ ହୃଦୟ ଇମୋଜି ସେୟାର କରି ତାଙ୍କୁ ଏହି ଖୁସି ଖବର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କୁ ଅଭିନନ୍ଦନ ଜଣାଇଥିବା ଲୋକଙ୍କ ମଧ୍ୟରେ କିଆରା ଆଡଭାନୀ, ଅର୍ଜୁନ କପୁର ଏବଂ ମୃଣାଳ ଠାକୁର ମଧ୍ୟ ଅଛନ୍ତି।

ଆପଣଙ୍କୁ ମନେ ପକାଇ ଦେଉଛୁ ଯେ କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ। ସେମାନଙ୍କର ବିବାହ ଆଥିୟା ଶେଟ୍ଟୀଙ୍କ ବାପା ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାର ଫାର୍ମହାଉସରେ ହୋଇଥିଲା। ସେମାନଙ୍କ ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe