ଟ୍ରେନ୍‌ରେ କଟି ଛୁଆହାତୀର ମୃତ୍ୟୁ

Advertisment

ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗର ବନ୍ଧମୁଣ୍ଡା ଏ- କେବିନ୍ ଏବଂ ଆର-କେବିନ ମଧ୍ୟରେ ରେଳଲାଇନ ପାରି ହେବାବେଳେ ଟ୍ରେନ୍‌ରେ କଟି ଏକ ଛୁଆହାତୀର ମୃତ୍ୟୁ ହେଇଛି। ଛୁଆହାତୀର ମୃତ୍ୟୁ ହେବାପରେ ମା’ ସମେତ ୨୬ ଟିକିଆ ହାତୀପଲ ଘଟଣାସ୍ଥଳରେ ଜଗି ରହିଛନ୍ତି।

ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗର ବନ୍ଧମୁଣ୍ଡା ଏ- କେବିନ୍ ଏବଂ ଆର-କେବିନ ମଧ୍ୟରେ ରେଳଲାଇନ ପାରି ହେବାବେଳେ ଟ୍ରେନ୍‌ରେ କଟି ଏକ ଛୁଆହାତୀର ମୃତ୍ୟୁ ହେଇଛି। ଛୁଆହାତୀର ମୃତ୍ୟୁ ହେବାପରେ ମା’ ସମେତ ୨୬ ଟିକିଆ ହାତୀପଲ ଘଟଣାସ୍ଥଳରେ ଜଗି ରହିଛନ୍ତି।

a4436698-f990-4698-98be-5cb0c9968616

ବନ୍ଧମୁଣ୍ଡା: ରାଉରକେଲା ବନଖଣ୍ଡର ବିଶ୍ରା ରେଞ୍ଜରେ ସୋମବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗର ବନ୍ଧମୁଣ୍ଡା ଏ- କେବିନ୍ ଏବଂ ଆର-କେବିନ ମଧ୍ୟରେ ରେଳଲାଇନ ପାରି ହେବାବେଳେ ଟ୍ରେନ୍‌ରେ କଟି ଏକ ଛୁଆହାତୀର ମୃତ୍ୟୁ ହେଇଛି। ଛୁଆହାତୀର ମୃତ୍ୟୁ ହେବାପରେ ମା’ ସମେତ ୨୬ ଟିକିଆ ହାତୀପଲ ଘଟଣାସ୍ଥଳରେ ଜଗି ରହିଛନ୍ତି। ସେମାନେ ଆଖପାଖରେ ଘୁରିବୁଲି ବିକଟ ଚିତ୍କାର କରିବା ସହ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ସୂଚନା ପାଇ ବିଶ୍ରା ରେଞ୍ଜ ଅଧିକାରୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କ ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି। ତେବେ କେଉଁ ପରିସ୍ଥିତିରେ ଛୁଆହାତୀର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଛୁଆହାତୀର ମୃତ୍ୟୁ ପରେ ଉତ୍ତେଜିତ ହାତୀପଲ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ସୂଚନାରୁ ପ୍ରକାଶ ଯେ ସୋମବାର ରାତିରେ ୨୭ ଟିକିଆ ହାତୀପଲ କୁଦୁରବାହାଲ ଜଙ୍ଗଲରୁ ଆସି ବନ୍ଧମୁଣ୍ଡା ମଙ୍ଗଳବଜାର ଛକଦେଇ ପୋଖରାବାହାଲ ପଟକୁ ଯାଉଥିଲେ। ଟ୍ରେନ ଅତିକ୍ରମ କଲାବେଳେ ଏହି ଘଟଣା ଘଟିଥିଲା। ଉଲ୍ଲେଖଯୋଗ୍ୟ ଯେ ଗତ ଅଗଷ୍ଟ ୧୮ରେ କୋଇଡ଼ା ରେଞ୍ଜ ଅନ୍ତର୍ଗତ ବରସୁଆଁ ଚୋରଧରା ସେକ୍ସନ୍ ସୁନୁବୁରୁ ରେଳଧାରଣାରେ ଗୋଟିଏ ଛୁଆହାତୀର ମୃତ୍ୟୁ ହୋଇଥିଲା। ଚକ୍ରଧରପୁର ରେଳମଣ୍ଡଳରେ କ୍ରମାଗତ ଭାବେ ହାତୀମାନେ ଟ୍ରେନ୍‌ରେ କଟି ପ୍ରାଣ ହରାଉଛନ୍ତି, ଯାହାକିଚିନ୍ତାର ବିଷୟ ପାଲିଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe