ଝଙ୍କଡ଼: ସକାଳେ ତ୍ରିରଙ୍ଗା ଧରି ବୁଲୁଥିବା ଶିଶୁକନ୍ୟା ସୌମ୍ୟାଶ୍ରୀ ବେହେରା (ବନ୍ଦନା )ର ମୃତଦେହ ଗୋଟିଏ ପୋଖରୀ ହୁଡ଼ା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା।ପରିବାର ମଧ୍ୟରେ ଶୋକର ଛାୟା ଖେଳିଗଲା ! ଲୋକେ ଦୁଃଖରେ ତରଳି ଗଲେ ! ଏପରି ମୃତ୍ୟୁକୁ କିଏ ଵା ସହିବ? ହସିଲା ଖେଳିଲା ଛୁଆଟେ ହଠାତ ମଲା କାହିଁକି ? ପରିବାର ଲୋକଙ୍କ ସନ୍ଦେହ, କେହି ମାରିଦେଇ ସେଠାରେ ପକାଇ ଦେଇଛି। ସନ୍ଦେହରେ କନକପୁର ପୁଲିସ ଫାଣ୍ଡିରେ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି। ତିର୍ତ୍ତୋଲ ବ୍ଲକ ଅଧୀନ କନକପୁର ଗ୍ରାମର ଧନେଶ୍ଵର ବେହେରା ( ପପୁ) ତାଙ୍କ ଝିଅ ସୌମ୍ୟାଶ୍ରୀର ମୃତଦେହକୁ ଅପରାହ୍ନ ୫ଟା ସମୟରେ ଦେଖି ତୁରନ୍ତ ତାକୁ ମଣିଜଙ୍ଗା ମେଡିକାଲକୁ ନେବାପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ!
ତିର୍ତ୍ତୋଲ ବ୍ଲକ ଅଧୀନ କନକପୁର ଗ୍ରାମର ଧନେଶ୍ଵର ବେହେରା ( ପପୁ) ତାଙ୍କ ଝିଅ ସୌମ୍ୟାଶ୍ରୀର ମୃତଦେହକୁ ଅପରାହ୍ନ ୫ଟା ସମୟରେ ଦେଖି ତୁରନ୍ତ ତାକୁ ମଣିଜଙ୍ଗା ମେଡିକାଲକୁ ନେବାପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ! ମାତ୍ର ପରିବାର ଲୋକଙ୍କ ସନ୍ଦେହ,ତାଙ୍କ ଝିଅ ସୌମ୍ୟାଶ୍ରୀକୁ ପାତିଆ ନାମକ ଜଣେ ପଡ଼ୋଶୀ ନିଜ ଘରକୁ ନେଇଥିଲେ। ତାପରେ ଝିଅର ମୃତଦେହ ଉଦ୍ଧାର ହେଲା। ପାତିଆକୁ ସନ୍ଦେହ କରି କନକପୁର ଫାଣ୍ଡିରେ ଏତଲା ଦେବାରୁ କନକପୁର ଫାଣ୍ଡି ପୁଲିସ ପାତିଆକୁ ନେଇ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି।
ମାତ୍ର ପରିବାର ଲୋକଙ୍କ ସନ୍ଦେହ,ତାଙ୍କ ଝିଅ ସୌମ୍ୟାଶ୍ରୀକୁ ପାତିଆ ନାମକ ଜଣେ ପଡ଼ୋଶୀ ନିଜ ଘରକୁ ନେଇଥିଲେ। ତାପରେ ଝିଅର ମୃତଦେହ ଉଦ୍ଧାର ହେଲା। ପାତିଆକୁ ସନ୍ଦେହ କରି କନକପୁର ଫାଣ୍ଡିରେ ଏତଲା ଦେବାରୁ କନକପୁର ଫାଣ୍ଡି ପୁଲିସ ପାତିଆକୁ ନେଇ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି । ଅପରପକ୍ଷେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Follow Us