ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ

Advertisment
ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟ ଲାଭ କରିଛନ୍ତି। ସେ ଷଷ୍ଠ ଥର ପାଇଁ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କୁ ସେ ୧୩୯୧ ଭୋଟରେ ପରାସ୍ତ କରିଛନ୍ତି। ବଡ଼ଚଣାରୁ .ସେ କ୍ରମାଗତ ୬ଥର ବିଜୟୀ ହୋଇ ଏକ ରେକର୍ଡ କରିଛନ୍ତି।

publive-image

ସୂଚନାଯୋଗ୍ୟ ଗତବର୍ଷ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜନ୍ମେଜୟ ଲେଙ୍କାଙ୍କୁ ହରାଇ ବିଜୟୀ ହୋଇଥିଲେ ଅମର ଶତପଥୀ । ୨୦୧୪ରେ ୫୩,୩୩ ଖଣ୍ଡ ଭୋଟ ପାଇବା ସହ ୧୬ ହଜାର ୯୩୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଅମର ଶତପଥୀ । ୨୦୦୯ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ରଙ୍କୁ ହରାଇ ଅମର ପ୍ରସାଦ ଶତପଥୀ ଗାଦି ଅକ୍ତିଆର କରିଥିଲେ । ୨୦୦୯ରେ ୪୩,୪୭୩ ଖଣ୍ଡ ଭୋଟ ପାଇଥିଲେ ଅମର ପ୍ରସାଦ ଶତପଥୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe