କେନ୍ଦ୍ରାପଡ଼ା: ରାଜ୍ୟ ରାଜନୀତିର ଫୋକସରେ ଏବେ କେନ୍ଦ୍ରାପଡା ଲୋକସଭା ଆସନ। ହେଭିୱେଟଙ୍କ ଲଢେଇର ମୁକସାକ୍ଷୀ ପାଲଟିବାକୁ ଯାଉଛି କେନ୍ଦ୍ରାପଡ଼ା। ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡ଼ାରେ ର୍ନିବାଚନ ହେବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଆଉ ନାମାଙ୍କନପତ୍ର ଦାଖଲ ପରେ ପ୍ରାର୍ଥୀମାନଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠ ଅନୁଯାୟୀ କେନ୍ଦ୍ରାପଡାରେ ସବୁଠୁ ଧନୀ ସାଂସଦ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।
ସତ୍ୟପାଠ ଅନୁଯାୟୀ ବୈଜୟନ୍ତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୪୭ କୋଟି ୭୬ ଲକ୍ଷ ୨୪ ହଜାର ୯୭୮ ଟଙ୍କା। ଯେଉଁଥିରେ ବୈଜୟନ୍ତଙ୍କ ୩୫ କୋଟି ୨୮ ଲକ୍ଷ ୭୬ ୩୧୨କୋଟି ଟଙ୍କା ଅସ୍ଥାବର ସମ୍ପତି ରହିଥିବା ବେଳେ ୧୨ କୋଟି ୪୭ଲକ୍ଷ ୪୮ ହଜାର ୬୬୬ ଟଙ୍କାର ସ୍ଥାବର ସମ୍ପତି ରହିଛି। ବୈଜୟନ୍ତ ସତ୍ୟପାଠରେ ତାଙ୍କ ପାଖରେ ଦେଢ ଲକ୍ଷ ଟଙ୍କାର ଏକ ଗାଡ଼ି ରହିଥିବା ଦର୍ଶାଇଥିବା ବେଳେ ୬ ଲକ୍ଷ ୪୬ ହଜାର୧୧୦ ଟଙ୍କାର ଅଳଙ୍କାର ଓ ଅନ୍ୟାନ୍ୟ ଦାମୀ ଜିନିଷ ରହିଛି। ଏହାଛଡା ତାଙ୍କ ପାଖରେ ଏବେ ନଗଦ ୯୩ ହଜାର ୩୯୯ ଟଙ୍କା ରହିଥିବା କହିଛନ୍ତି ବୈଜୟନ୍ତ।
The Hinduସେହିଭଳି କୋଟିପତି ବୈଜୟନ୍ତ ନିଜ ପରିବାର ମାଲିକାନାରେ ଥିବା ଇମ୍ଫା କମ୍ପାନିରୁ ୬ ଲକ୍ଷ ଟଙ୍କାର ଋଣ କରିଛନ୍ତି। ୮୧ ଲକ୍ଷ ଟଙ୍କାର ବିଭିନ୍ନ ଇଲୋକଟ୍ରନିକ୍ସ ସାମଗ୍ରୀ, ଘଣ୍ଟା, ଚିତ୍ରକଳା, ବ୍ୟାୟାମ ଉପକରଣ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ବୈଜୟନ୍ତ। ସେହିଭଳି ବିଭିନ୍ନ ବ୍ୟାଙ୍କଜମା ବାବଦକୁ ୭ କୋଟି ୭ଲକ୍ଷ ୩୬ ହଜାର ୯୧ ଟଙ୍କା ରହିଥିବା ବେଳେ ବିଭିନ୍ନ କମ୍ପାନି ଓ ମ୍ୟୁଚୁଆଲ୍ ଫଣ୍ଡରେ ୨୭ କୋଟି ୧୨ ଲକ୍ଷ ୭୪ ହଜାର ୭୯୦ ଟଙ୍କା ନିବେଶ କରିଛନ୍ତି ବୈଜୟନ୍ତ।
Follow Us