ବାଲେଶ୍ୱର: ବାଲିଆପାଳ ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆମାନେ ପ୍ରତେକ ଦିନ ହଜାର ହଜାର ଟ୍ରିପ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରାଚାଲାଣ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ଆସୁଥିଲା ବେଳେ ରାଜ୍ୟ ରାଜସ୍ବ ହରାଉଛି।
ବାରମ୍ବାର ଏହି ବାଲି ଚୋରି ନେଇ ବାଲିଆପାଳ ତହସିଲରେ ଅଭିଯୋଗ ହୋଇ ଆସୁଥିଲା ବେଳେ ଆଜି ଖବର ପାଇ ଶ୍ରୀରାମପୁର ଆରଆଇ ସରୋଜିନୀ ଟୁଡୁ ପାଳପଡା ଅଞ୍ଚଳରେ ଚଢ଼ାଉ କରିଥିଲେ, ଚଢ଼ାଉ ସମୟରେ ବାଲି ମାଫିଆମାନେ ଆରଆଇଙ୍କୁ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ଆରଆଇ ସରୋଜିନୀ ଟୁଡୁ ଆହତ ହୋଇଥିବାବେଳେ ବାଲିଆପାଳ ତହସିଲଦାର ଜ୍ୟୋତ୍ସ୍ନା ରାଣୀ ନାୟକ ବାଲି ମାଫିଆଙ୍କ ବିରୋଧରେ ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି, ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି।
Follow Us