ମରଣଯନ୍ତା ପାଲଟିଛି ବଣ୍ଡାଘାଟି ରାସ୍ତା

Advertisment

ବିପଦସଂକୁଳ ଅବସ୍ଥାରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ଦୈନିକ ଖଇରପୁଟ ସହର ସମେତ କୁଡୁମୁଳୁଗୁମ୍ମା, ମାଥିଲି, ଗୋବିନ୍ଦପାଲ୍ଲୀ ଓ ଅନ୍ୟାନ୍ୟ ବହୁ ପଞ୍ଚାୟତର ଲୋକେ ମଧ୍ୟ ବିପଦଜନକ ଭାବେ ଯାତାୟାତ କରୁଛନ୍ତି। ଏହା ଏକ ଘାଟି ରାସ୍ତା ହୋଇଥିବା ବେଳେ ରାସ୍ତା ଓ ରାସ୍ତାର ଉଭୟ ପାର୍ଶ୍ୱରେ ଖାଲ ସୃଷ୍ଟି ହୋଇଛି।

ବିପଦସଂକୁଳ ଅବସ୍ଥାରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ଦୈନିକ ଖଇରପୁଟ ସହର ସମେତ କୁଡୁମୁଳୁଗୁମ୍ମା, ମାଥିଲି, ଗୋବିନ୍ଦପାଲ୍ଲୀ ଓ ଅନ୍ୟାନ୍ୟ ବହୁ ପଞ୍ଚାୟତର ଲୋକେ ମଧ୍ୟ ବିପଦଜନକ ଭାବେ ଯାତାୟାତ କରୁଛନ୍ତି। ଏହା ଏକ ଘାଟି ରାସ୍ତା ହୋଇଥିବା ବେଳେ ରାସ୍ତା ଓ ରାସ୍ତାର ଉଭୟ ପାର୍ଶ୍ୱରେ ଖାଲ ସୃଷ୍ଟି ହୋଇଛି।

road

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ଛକଠାରୁ ମୁଦୁଲିପଡ଼ା ଦେଇ ବଡ଼ବେଲ ଓ ଅଣ୍ଡ୍ରାହାଲ ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଉଭୟ ପାର୍ଶ୍ଵର୍ରେ ଥିବା ମାଟି ଗତ ଦିନରେ ହୋଇଥିବା ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥିବା ଯୋଗୁଁ ଧୋଇ ଯିବା ସହ ବିଭିନ୍ନ ସ୍ଥାନେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି। ରାସ୍ତାରେ ଥିବା ଗୋଟିଏ ପୋଲ ତଳୁ ମାଟି ଓ ପଥର ବାହାରି ଯିବାରୁ ଉକ୍ତ ପୋଲ ଉପରେ ଥିବା ଛାତର କିଛି ଅଂଶ ଝୁଲି ରହିଛି। ଅଧିକାଂଶ ସ୍ଥାନରେ ପିଚୁ ଉଠି ଗର୍ତ୍ତ ସୃଷ୍ଟି ହୋଇଛି। ଆଉ କେତେକ ସ୍ଥାନରେ ରାସ୍ତା ପାର୍ଶ୍ବରୁ ମାଟି ଓ ପଥର ଖସି ଅଣଓସରିଆ ହୋଇଯାଇଛି।

 ବିପଦସଂକୁଳ ଅବସ୍ଥାରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ଦୈନିକ ଖଇରପୁଟ ସହର ସମେତ କୁଡୁମୁଳୁଗୁମ୍ମା, ମାଥିଲି, ଗୋବିନ୍ଦପାଲ୍ଲୀ ଓ ଅନ୍ୟାନ୍ୟ ବହୁ ପଞ୍ଚାୟତର ଲୋକେ ମଧ୍ୟ ବିପଦଜନକ ଭାବେ ଯାତାୟାତ କରୁଛନ୍ତି। ଏହା ଏକ ଘାଟି ରାସ୍ତା ହୋଇଥିବା ବେଳେ ରାସ୍ତା ଓ ରାସ୍ତାର ଉଭୟ ପାର୍ଶ୍ୱରେ ଖାଲ ସୃଷ୍ଟି ହୋଇଛି। ବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵରେ ସୃଷ୍ଟି ହୋଇଥିବା ଜଙ୍ଗଲକୁ ସଫା କରାଯାଉନି। ରାସ୍ତାର ଉଭୟ ପାର୍ଶ୍ଵର୍ରେ ଥିବା ସୁରକ୍ଷା ପାଚେରୀରେ ଆଦୌ ରଙ୍ଗ ମଧ୍ୟ ଦିଆଯାଇନାହିଁ। ଯାହାକି ଦୁର୍ଘଟଣାର ଏକ ମୁଖ୍ୟ କାରଣ ପାଲଟିଛି। ମରାମତି ନିମନ୍ତେ ଅଞ୍ଚଳବାସୀ ବହୁବାର ଅଧିକାରୀଙ୍କୁ ଅନୁରୋଧ କରିଥିଲେ ବି କେହି ଶୁଣୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି | କୌଣସି ଏକ ବଡ ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ଏହି ରାସ୍ତାର ମରାମତି କରିବା ପାଇଁ ଦାବି ହୋଇଛି। ପୁଣି ଆଗକୁ ବର୍ଷା ହେଲେ ପୁଣି ବଣ୍ଡାଘାଟିର ଏହି ମୁଖ୍ୟ ରାସ୍ତା ଧୋଇ ହେବା ସହ ଘାଟି ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe