ଶିକ୍ଷକ ନିଯୁକ୍ତି ଦାବିରେ ୪ରେ ବନ୍ଦ ଡାକରା ଦେଲା ମିଳିତ କ୍ରିୟାନୁଷ୍ଠାନ କମିଟି

ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ କରାଯାଉ। ଅନ୍ତତଃ ଏହି ଡି ଗ୍ରେଡ ପଦବୀକୁ ଜିଲ୍ଲାଭିତ୍ତିକ କରାଯାଉ ବୋଲି ଗତକାଲି ସଂଧ୍ୟାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି। ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ଅଖଚକ , ଦୋକାନବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ କରାଯାଇ ଧାରଣା ଦିଆଯିବ।

kpt2

କୋରାପୁଟ: ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ କରାଯାଉ। ଅନ୍ତତଃ ଏହି ଡି ଗ୍ରେଡ ପଦବୀକୁ ଜିଲ୍ଲାଭିତ୍ତିକ କରାଯାଉ ବୋଲି ଗତକାଲି ସଂଧ୍ୟାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି। ଆସନ୍ତା ୪ ତାରିଖରେ ୧୨ ଘଣ୍ଟିଆ ଅଖଚକ , ଦୋକାନବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ କରାଯାଇ ଧାରଣା ଦିଆଯିବ ବୋଲି ସ୍ଥାନୀୟ ନିଶାଣୀମୁଣ୍ଡା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ  କମିଟିର ଆବାହକ ତଥା ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଶିବ ମୁଦୁଲି, ପରାମର୍ଶଦାତା  ରୂପକ ତୁରୁକ, ପଦ୍ମନାଭ ଜାନୀ, ଜଗନ୍ନାଥ  ହନ୍ତାଲ, ସମାଜସେବୀ ମନସ୍ବିନୀ ଟାକ୍ରୀ, ବୈକୁଣ୍ଠ ମଣ୍ଡଳ ଆଦି କହିଛନ୍ତି। ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟ ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ଆଇନକୁ ହାତକୁ ନେବାକୁ  ବାଧ୍ୟ ହେବୁ ବୋଲି କହିଛନ୍ତି ଶ୍ରୀ ତୁରୁକ। ଏଠାକାର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନେ ସ୍ଥାନୀୟ ନିଯୁକ୍ତି ନ  ମିଳିବା ଫଳରେ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟସରକାର ନିଜ ଇସ୍ତାହାରରେ ସ୍ଥାନୀୟ ନିଯୁ୍କ୍ତି କଥା ଦର୍ଶାଇଥିବା ବେଳେ ଏବେ କିଭଳି ଭୁଲି ଯାଉଛନ୍ତି ବୋଲି ଶ୍ରୀ ତୁରୁକ ପ୍ରଶ୍ନ କରିଛନ୍ତି। ଏହି ଦାବିକୁ ନେଇ ନବରଙ୍ଗପୁର ଜିଲ୍ଲାରେ ଅନ୍ଦୋଳନ ଜୋର ଧରିଛି।

ଅପରପକ୍ଷରେ ଆଦିବାସୀ ମହାସଂଘ ପକ୍ଷରୁ ବି ଏହି ଦାବିକୁ ସମର୍ଥନ କରି ଆନ୍ଦୋଳନ କରାଯିବ ବୋଲି ସଂଘର ଜିତେନ୍ଦ୍ର ନାୟକ ଜଣାଇଛନ୍ତି। ଧୀରେ ଧୀରେ ଏହି ଦାବିକୁ ନେଇ ବିଭିନ୍ନ ସଂଗଠନ ସମର୍ଥନ କରୁଥିବାରୁ ବେଳ ଥାଉଣୁ ସରକାର ପଦକ୍ଷେପ ନେଇ ସମାଧାନର ବାଟ କାଡ଼ିବା ଆବଶ୍ୟକ ବୋଲି ଆଇନଜୀବୀ ମାନେ ମତ ଦେଇଛନ୍ତି। ଏହି ଦାବିକୁ ନେଇ  ଜିଲ୍ଲାପରିଷଦ ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଥମେ ଉଠାଇବା ପରେ ପଟାଙ୍ଗୀବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକ ବି ସମର୍ଥନ କରିଥିଲେ। ଏହା ପରେ ନବରଙ୍ଗପୁର ସାଂସଦ ସମସ୍ତ ସି ଓ ଡି ଗ୍ରେଡର ଚାକିରୀ ବି ସ୍ଥାନୀୟ ନିଯୁକ୍ତି ହେବା କଥା ବୋଲି କହିଥିଲେ। ବିଧାୟକଙ୍କ ସହ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ମାନେ ମଧ୍ୟ ଏହି ଦାବିରେ ଯଥାର୍ଥତା ରହିଛି ବୋଲି କହିଥିଲେ। ଏହି ଦାବିକୁ ନେଇ ସବୁ ଦଳ ସମର୍ଥନ କରି ଆସୁଥିବା ବେଳେ ଶାସକ ବିଜେପି ଏହି ସମସ୍ୟାକୁ ସମାଧାନ କରି ସ୍ଥାନୀୟ ନିଯୁକ୍ତି କରିବ ନା ନାହିଁ ତାହା ସମୟ କହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe