Bangladesh Violence: ଜମାତ୍‌ର ପରାଜୟ ନେଇ ମୌଳବାଦୀଙ୍କ କ୍ରୋଧ ତେଜିଲା: କାଳୀ ମନ୍ଦିରରେ ଭଙ୍ଗାରୁଜା

Advertisment

ବାଂଲାଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହେବା ପରେ, ହିନ୍ଦୁ ସମ୍ପ୍ରଦାୟ ଓ ସେମାନଙ୍କ ଧାର୍ମିକ ସ୍ଥଳ ଉପରେ ଆକ୍ରମଣର ରିପୋର୍ଟ ପୁଣି ଥରେ ସାମ୍ନାକୁ ଆସିଛି। ସଦ୍ୟତମ ଘଟଣା ଖୋକ୍ଷବାରୀର ନୀଲଫାମାରୀ-୩ ସ୍ଥିତ ସାବୁଲିପାରା ଅଞ୍ଚଳରେ ଘଟିଛି।

ବାଂଲାଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହେବା ପରେ, ହିନ୍ଦୁ ସମ୍ପ୍ରଦାୟ ଓ ସେମାନଙ୍କ ଧାର୍ମିକ ସ୍ଥଳ ଉପରେ ଆକ୍ରମଣର ରିପୋର୍ଟ ପୁଣି ଥରେ ସାମ୍ନାକୁ ଆସିଛି। ସଦ୍ୟତମ ଘଟଣା ଖୋକ୍ଷବାରୀର ନୀଲଫାମାରୀ-୩ ସ୍ଥିତ ସାବୁଲିପାରା ଅଞ୍ଚଳରେ ଘଟିଛି।

16bbs_1_16022026_112

ଢାକା: ବାଂଲାଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହେବା ପରେ, ହିନ୍ଦୁ ସମ୍ପ୍ରଦାୟ ଓ ସେମାନଙ୍କ ଧାର୍ମିକ ସ୍ଥଳ ଉପରେ ଆକ୍ରମଣର ରିପୋର୍ଟ ପୁଣି ଥରେ ସାମ୍ନାକୁ ଆସିଛି। ସଦ୍ୟତମ ଘଟଣା ଖୋକ୍ଷବାରୀର ନୀଲଫାମାରୀ-୩ ସ୍ଥିତ ସାବୁଲିପାରା ଅଞ୍ଚଳରେ ଘଟିଛି। ଦୁର୍ବୃତ୍ତମାନେ ଏକ କାଳୀ ମନ୍ଦିରରେ ସ୍ଥାପିତ ମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି। ଦେଶର ତ୍ରୟୋଦଶ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଏହି ଘଟଣା ଘଟିଛି।

ନିର୍ବାଚନରେ ​​୨୧୨ ଆସନ ଜିତି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଅପରପକ୍ଷରେ ଜମାତ-ଏ-ଇସଲାମି ୭୬ ଆସନ ପାଇଛି। ଜମାତ-ଏ-ଇସଲାମି ନୀଳଫାମାରି ଜିଲ୍ଲାର ସମସ୍ତ ଚାରୋଟି ଆସନ ନୀଲଫାମାରି-୧ ରୁ ୪ ଜିତିଥିଲା। ସେଥିରେ ନୀଳଫାମାରି-୩ ମଧ୍ୟ ରହିଛି। ସେଠାରେ ଓବୈଦୁଲ୍ଲା ସଲାଫିଙ୍କୁ ବିଜୟୀ ଘୋଷଣା କରାଯାଇଛି।

ନିର୍ବାଚନ ଫଳାଫଳ ପରେ ଭଙ୍ଗାରୁଜା

ନିର୍ବାଚନ ଫଳାଫଳ ଘୋଷଣା ହେବାର କିଛି ସମୟ ପରେ ଖୋକ୍ଷବାରୀ ଗ୍ରାମର ସାବୁଲିପାରା ଅଞ୍ଚଳରେ ଅବସ୍ଥିତ ପ୍ରାଚୀନ କାଳୀ ମନ୍ଦିରକୁ ଆସି କିଛି ଅସାମାଜିକ ବ୍ୟକ୍ତି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ମୂର୍ତ୍ତିଗୁଡ଼ିକୁ କ୍ଷତି ପହଞ୍ଚାଯାଇଛି। ମନ୍ଦିର ପରିସରରେ ପୋଡ଼ାଜଳା କରାଯାଇଥିଲା। ଗର୍ଭଗୃହର ସାମଗ୍ରୀକୁ ଏଣେତେଣେ ଫିଙ୍ଗା ଯାଇଥିଲା। ମନ୍ଦିର କାନ୍ଥକୁ ମଧ୍ୟ କ୍ଷତି ପହଞ୍ଚାଯାଇଥିଲା।
ନୀଳଫାମାରି ଭଳି ଉତ୍ତର ଜିଲ୍ଲାଗୁଡ଼ିକରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପୂର୍ବରୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ସୀମାନ୍ତ ଅଞ୍ଚଳରେ ଜମାତ-ଏ-ଇସଲାମିର ରାଜନୈତିକ ପ୍ରଭାବ ବୃଦ୍ଧି ପାଇବା ପରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିବାରେ ଲାଗିଛି। ବାଂଲାଦେଶରେ ହିନ୍ଦୁ ଜନସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୮-୧୨ ପ୍ରତିଶତ ବୋଲି ଆକଳନ କରାଯାଇଛି। ସମ୍ପ୍ରଦାୟର ସଦସ୍ୟମାନେ ଧମକ, ସମ୍ପତ୍ତି ଜବତ ଓ ଧାର୍ମିକ ସ୍ଥଳ ଉପରେ ଆକ୍ରମଣର ଭୟ କରୁଛନ୍ତି।

ଅନେକ ପରିବାର ଛାଡ଼ିଛନ୍ତି ଭିଟାମାଟି
ଅନେକ ପରିବାର ଭିଟାମାଟି ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବାର ରିପୋର୍ଟ ମଧ୍ୟ ରହିଛି। ବିଶ୍ଳେଷକମାନଙ୍କ ଅନୁସାରେ ନିର୍ବାଚନ ପରବର୍ତ୍ତୀ ସମୟରେ ରାଜନୈତିକ ପରିବର୍ତ୍ତନ ସହିତ ସାମ୍ପ୍ରଦାୟିକ ଉତ୍ତେଜନାର ଘଟଣା ବୃଦ୍ଧି ପାଇଛି। ନିର୍ବାଚନ ପୂର୍ବରୁ ତଥା ନିର୍ବାଚନ ସମୟରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ହୋଇଥିଲା। ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ନ୍ୟାୟିକ ପ୍ରକ୍ରିୟାକୁ ସୁଦୃଢ଼ ​​କରିବା ଓ ସାମାଜିକ ସଦ୍ଭାବ ପୁନଃସ୍ଥାପିତ କରିବା ନୂତନ ସରକାରଙ୍କ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେବ। ମନ୍ଦିର ପୁନରୁଦ୍ଧାର ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ବାରା ପ୍ରଭାବିତ ସମ୍ପ୍ରଦାୟଙ୍କ ମଧ୍ୟରେ ସରକାରଙ୍କ ପ୍ରତି ବିଶ୍ୱାସ ଫେରାଇ ଅଣାଯାଇପାରିବ ବୋଲି ରାଜନୈ୍ତିକ ସମୀକ୍ଷକ ମତପୋଷଣ କରିଛନ୍ତି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe