Baragad Murder: ବରଗଡ଼ ହାଟପଦା ପଡ଼ାରେ ଗୋଷ୍ଠୀ ସଂଘର୍ଷ, ୨ ମୃତ

Advertisment

ବରଗଡ଼ ହାଟପଦା ସାଇମନ୍ଦିର ପାଖରେ ଗୋଷ୍ଠୀ ସଂଘର୍ଷରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । କୌଣସି ଏକ ଘଟଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘର୍ଷ ହୋଇଥିଲା।

ବରଗଡ଼ ହାଟପଦା ସାଇମନ୍ଦିର ପାଖରେ ଗୋଷ୍ଠୀ ସଂଘର୍ଷରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । କୌଣସି ଏକ ଘଟଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘର୍ଷ ହୋଇଥିଲା।

IMG-20260206-WA0131

ବରଗଡ଼: ବରଗଡ଼ ହାଟପଦା ସାଇମନ୍ଦିର ପାଖରେ ଗୋଷ୍ଠୀ ସଂଘର୍ଷରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । କୌଣସି ଏକ ଘଟଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘର୍ଷ ହୋଇଥିଲା। ଭୁଜାଲି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଦୁଇ ମୃତକ ହେଉଛନ୍ତି ପ୍ରଦୀପ ଲୁହା ଓ ସୁରଜ ବାରିକ | 

ସୂଚନା ଅନୁସାରେ କଲେଜ ରୋଡ୍‌ରେ ରହୁଥିବା ପ୍ରଦୀପ ଲୁହା (୨୪ ବର୍ଷ) ଓ ସୁରଜଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଗୁରୁବାର ରାତି ସାଢ଼େ ୯ଟାରେ ଜିଲ୍ଲା ମୁଖ୍ୟ ହସ୍‌ପିଟାଲକୁ ପଠାଇଥିଲେ ।

 ସେମାନଙ୍କ ମୁଣ୍ଡ, ବେକ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଏବେ ଟାଉନ ଥାନା ପୁଲିସ କିଏ ଭୁଜାଲିରୁ ଆକ୍ରମଣ କରିଛି ତାକୁ ନେଇ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ପୁଲିସ୍‌ ଫୋର୍ସ ମୁତୟନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe