Ollywood Barsha Priyadarshini: ଅଲରାଉଣ୍ଡର୍ ରାଜୁ ମିଶ୍ରଙ୍କ ଫିଲ୍ମରେ ନଜର ଆସିନାହାନ୍ତି ବର୍ଷା ପ୍ରିୟଦର୍ଶିନୀ

ରାଜୁ ମିଶ୍ରଙ୍କ ସିନେମାରେ ଓଲିଉଡର କେତେକ ଆଗଧାଡ଼ିର ନାୟିକା ଅଭିନୟ କରିଛନ୍ତି। କିନ୍ତୁ ଓଲିଉଡର ଅନ୍ୟତମ ସଫଳ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ସେହି ବିରଳ ସୁଯୋଗ ମିଳିନାହିଁ।

Untitled-3

barsha & raju mishra Photograph: (sambad.in)

ଭୁବନେଶ୍ବର(ଶିବଶଙ୍କର ଓଝା): ଆଜି ହେଉଛି ଓଲିଉଡର ଅଲରାଉଣ୍ଡର୍ ରାଜୁ ମିଶ୍ରଙ୍କ ଜନ୍ମଦିନ। ତାଙ୍କର ପ୍ରକୃତ ନାମ ରାଜଗୋପାଳ ମିଶ୍ର। ସେ ଏକାଧାରରେ ଜଣେ ନିର୍ଦ୍ଦେଶକ, ଚିତ୍ରନାଟ୍ୟକାର, କାହାଣୀକାର, ସଙ୍ଗୀତକାର ଏବଂ ସିନେମାଟୋଗ୍ରାଫର। ସେ ଉଲ୍‌କା, ପୁଅ ମୋର କଳାଠାକୁର, ଚକା ଆଖି ସବୁ ଦେଖୁଛି, ଆସୁଚି ମୋ’ କାଳିଆ ସୁନା, ଜୋର ଯାର ମୂଲକ ତାର, ସାଗର ଗଙ୍ଗା, ରୂପା ଗାଁର ସୁନା କନିଆଁ, ପଥର ଖସୁଚି ବଡ଼ ଦେଉଳୁ, ହରି ଭାଇ ହାରେନା, ସିଂହ ବାହିନୀ, ସତ ମିଛ, ଜୀବନ ମୃତ୍ୟୁ ଓ ଲକ୍ଷ୍ମୀର ଅଭିସାର ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କୁ ରାଜ୍ୟ ସରକାର ଚଳଚ୍ଚିତ୍ର ଜଗତର ସ‌ର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରିଥିଲେ।

 ରଚନା ଓ ଅନୁଙ୍କୁ ମିଳିଥିଲା ସୁଯୋଗ

ରାଜୁ ମିଶ୍ରଙ୍କ ସିନେମାରେ ଓଲିଉଡର କେତେକ ଆଗଧାଡ଼ିର ନାୟିକା ଅଭିନୟ କରିଛନ୍ତି। କିନ୍ତୁ ଓଲିଉଡର ଅନ୍ୟତମ ସଫଳ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ସେହି ବିରଳ ସୁଯୋଗ ମିଳିନାହିଁ। ରଚନା ଓ ଅନୁ ଚୌଧୁରୀଙ୍କ ଭଳି ଲୋକପ୍ରିୟ ନାୟିକା ଅଲରାଉଣ୍ଡର୍ ରାଜୁ ମିଶ୍ରଙ୍କ ସହ କାମ କରିଥିଲେ, କିନ୍ତୁ ବର୍ଷା ନୁହନ୍ତି।

ଆହୁରି ପଢ଼ନ୍ତୁ:Ornaments Loot At Soro: ପୁଲିସକୁ ଡରୁନାହାନ୍ତି ଅପରାଧୀ: ହାତଗୋଡ଼ ବାନ୍ଧି ଲୁଟିନେଲେ ୫ ଲକ୍ଷର ଗହଣା

ଉଲ୍ଲେଖଯୋଗ୍ୟ, ବର୍ଷା ପ୍ରିୟଦର୍ଶିନୀ ଶିଶିର ମିଶ୍ର, ରବି କିନ୍ନାଗୀ,ବସନ୍ତ ସାହୁ, ଅରୁଣ ମହାନ୍ତି, ହର ପଟ୍ଟନାୟକ, ସୁଧାଂଶୁ ମୋହନ ସାହୁ , ସଞ୍ଜୟ ନାୟକ, ହିମାଂଶୁ ପରିଜା, ଅଶୋକ ପତି, ଏନ୍ ପାଢ଼ୀ, ଦିଲୀପ ପଣ୍ଡା, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ମୃତ୍ୟୁଞ୍ଜୟ ସାହୁ, ସୁଧାକର ବସନ୍ତ, ଜ୍ୟୋତି ଦାସ, ତ୍ରିପତି ସାହୁ  ମୁରଲୀକ୍ରୀଷ୍ଣାଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି

ସୂଚନାଯୋଗ୍ୟ, ରଚନା ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାଗର ଗଙ୍ଗା’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ‘ସାଗର ଗଙ୍ଗା’ ପରେ ଯେଉଁ ସିନେମାରେ ରାଜୁ ମିଶ୍ରଙ୍କ ସହ ରଚନା ଯେଉଁ ସିନେମାରେ କାମ କରିଥିଲେ ତାର ଟାଇଟଲ୍ ହେଲା ‘ ରୂପା ଗାଁର ସୁନା କନିଆଁ’। 

ଆହୁରି ପଢ଼ନ୍ତୁ:Cows Rescued At Dhamnagar: ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରୁ ୧୫୦ରୁ ଅଧିକ ଗାଈ ଉଦ୍ଧାର, ଦୁଇଟି ଗୋରୁ ଗାଡ଼ି ଜବତ

ଅନୁ ଚୌଧୁରୀ ଜୟଦେବ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ମାତ୍ର ଗୋଟିଏ ଓଡ଼ିଆ ଛବିରେ କାମ କରିଛନ୍ତି। ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ନିର୍ଦ୍ଦେଶିତ ଯେଉଁ ଓଡ଼ିଆ ଛବିରେ ଅନୁ ଚୌଧୁରୀ ନାୟିକା ଭୂମିକାରେ ନଜର ଆସିଥିଲେ, ତାହା ହେଲା ‘ହରି ଭାଇ ହାରେନା’। ଏଥିରେ ନାୟକ ଭୂମିକା ନିଭାଇଥିଲେ ସୁନୀଲ କୁମାର। ହେଲେ ଏହାପରେ ଉଭୟ ରାଜୁ ଓ ଅନୁ ଅନ୍ୟ କୌଣସି ଛବିରେ ଏକାଠି କାମ କରି ନଥିଲେ।

Ollywood

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe