ମୁମ୍ବାଇ: ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଭାରତୀୟ ଦଳର ଦୁଇ ବରିଷ୍ଠ ସଦସ୍ୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏ+ ବର୍ଗରୁ ଖସାଇ ବି ବର୍ଗକୁ ଅଣାଯାଇଛି। ଏହା ସହିତ ଏ+ ଗ୍ରେଡ୍କୁ ସଂପୂର୍ଣ୍ଣଭାବେ ଲୋପ କରିଦିଆଯାଇଛି। ଉଭୟ ବିରାଟ ଓ ରୋହିତ ଏବେ କ୍ରିକେଟର କେବଳ ଗୋଟିଏ ଫର୍ମାଟରେ ଖେଳୁଛନ୍ତି।
ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାହ୍ୟାରେ ଅବନତି କରାଯାଇଛି। ସେହିପରି ଏ-ଗ୍ରେଡ୍ରେ କେବଳ ତିନି ଜଣ ଖେଳାଳି ଶୁବମନ ଗିଲ୍, ରବୀନ୍ଦ୍ର ଜାଦେଜା ଓ ଯଶପ୍ରୀତ୍ ବୁମରା ଅଛନ୍ତି। ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଓ୍ବାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଋଷଭ ପନ୍ତ, କୁଳଦୀପ ଯାଦବ, ଯଶସ୍ବୀ ଜୟସ୍ବାଲଙ୍କୁ ବି-ଗ୍ରେଡ୍ରେ ରଖାଯାଇଛି।
ଅନ୍ୟପକ୍ଷରେ ଭାରତୀୟ ମହିଳା ଖେଳାଳିଙ୍କ ମଧ୍ୟରୁ ହରମନପ୍ରିତ କୌର, ସ୍ମୃତି ମାନ୍ଧାନା ଓ ଜେମିମା ରୋଡ୍ରିଗ୍ସ ଓ ଦିପ୍ତି ଶର୍ମାଙ୍କୁ ଗ୍ରେଡ-ଏରେ ରଖାଯାଇଛି। ସେହିପରି ରେଣୁକା ଠାକୁର, ଶେଫାଳି ବର୍ମା, ସ୍ନେହ ରାଣା ଓ ଋଚା ଘୋଷଙ୍କୁ ଗ୍ରେଡ୍-ବିରେ ରଖାଯାଇଛି।
ଗତ ମାସରେ ଅଜିତ ଆଗରକରଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ଖେଳାଳିମାନଙ୍କ କେନ୍ଦ୍ରୀୟ ଚୁକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା। ଏବେ ବିସିସିଆଇ ତାହାକୁ ଗ୍ରହଣ କରିଥିବା ସୂଚନା ମିଳିଛି।
Follow Us