ଭୋକିଲା ଛାତ୍ରଙ୍କୁ ଖୁଆଇଲେ କାଲିମେଳା ବିଡିଓ

ଖାଇବାକୁ ନ ପାଇ ବିଡିଓଙ୍କ ଦ୍ୱାରସ୍ଥ ହେଲେ କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ୩୦ଜଣ ଅନ୍ତେବାସୀ। ଭୋକିଲା ଥିବା ଏହି ସମସ୍ତ ଛାତ୍ରଙ୍କୁକୁ ବ୍ଲକ କାର୍ଯ୍ୟାଳୟରେ ଖାଇବାକୁ ଦେଇଛନ୍ତି ବିଡିଓ।

ଅଦ୍ୟତନ ହୋଇଛି
kalimela

କାଲିମେଳା: ହଷ୍ଟେଲରେ ଖାଇବାକୁ ନ ପାଇ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ହଷ୍ଟେଲ ଛାତ୍ର, ଭୋକିଲା ଛାତ୍ରଙ୍କୁ ଖାଇବାକୁ ଦେଲେ ବିଡ଼ିଓ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଆଜି ଦିନ ୧୦ଟା ସମୟରେ ଉକ୍ତ ହଷ୍ଟେଲର ପ୍ରାୟ ୩୦ ଜଣ ଛାତ୍ର କାଲିମେଳା ବିଡ଼ିଓ କାର୍ଯ୍ୟଳୟରେ ପହଂଚି ବିଡ଼ିଓଙ୍କୁ ସେମାନଂକୁ ଦୀର୍ଘ ୬ ମାସ ହେଲା ଠିକରେ ଖାଇବାକୁ ଦିଆ ଯାଉନାହିଁ ବୋଲି ଅଭିଯୋଗ କରିଥିଲେ।

ଆଜି ରବିବାର ଥିବାରୁ ଅନ୍ତେବାସୀମାନଙ୍କୁ ଟିଫିନ ଦେବା କଥା। କିନ୍ତୁ ହଷ୍ଟେଲ ସୁପାରିଟେଣ୍ଡେଣ୍ଟ ଆଜି ସକାଳୁ କିଛି ଖାଇବାକୁ ଦେଇ ନ ଥିବାରୁ ଛାତ୍ରମାନେ ଭୋକିଲା ରହି ବିଡ଼ିଓଙ୍କୁ ଅଭିଯୋଗ କାଟିବାକୁ ଅଫିସରେ ପହଁଚି ଥିଲେ। ବିଡ଼ିଓ ଏହା ଜାଣିପାରି ଭୋକିଲା ଥିବା ଛାତ୍ରମାନଙ୍କୁ ଜଳଖିଆ ଦେବାର ବ୍ୟବସ୍ଥା କରିଥିଲେ। 

ବ୍ଲକ କ୍କାର୍ଯ୍ୟାଳୟ ରେ ଭିତରେ ପିଲାମାନଙ୍କୁ ଟିଫିନ ଖାଇବାକୁ ଦିଆଯାଇ ହଷ୍ଟେଲକୁ ପଠାଇ ଦିଆଯାଇଥିଲା। ଏହା ପରେ ବିଡ଼ିଓ ନିଜେ ହଷ୍ଟେଲକୁ ଯାଇ ତଦନ୍ତ କରିଥିଲେ। ହଷ୍ଟେଲର ଅବ୍ୟବସ୍ଥା ଦେଖି ବିଗିଡ଼ି ଥିଲେ। କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁସୂଚିତ ଜନଜାତି ଛାତ୍ରଙ୍କ ପାଇଁ ଏକ ୧୧୦ ବିଶିଷ୍ଟ ଛାତ୍ରବାସ ରହିଛି। ଏହି ଛାତ୍ର ବାସରେ ୬ଷ୍ଠରୁ ୧୦ମ ଶ୍ରେଣୀର ୧୧୦ ଜଣ ବଦଳରେ ଆଜି ୯୦ ଜଣ ଛାତ୍ର ଥିଲେ ମଧ୍ୟ୍ୟ ସେମାନଂକୁ ଠିକ ରେ ଖାଇବାକୁ ଦିଆ ଯାଉନଥିବାର ଛାତ୍ର ମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି ବିଡ଼ିଓ ପ୍ରଦୀପ କୁମାର କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe