Image Courtesy of The Times of India
ଭୁବନେଶ୍ବର: ଚିଙ୍ଗୁଡ଼ି ଘେରି ପାଇଁ ଚିଲିକାର ପ୍ରାକୃତିକ ସୋନ୍ଦର୍ଯ୍ୟ ନଷ୍ଟ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଚିଲିକାର ସୁରକ୍ଷା ପାଇଁ କଣ ବ୍ୟବସ୍ଥା ଗ୍ରହଣ କରାଯିବ, ସେ ନେଇ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠରେ ଦର୍ଶାଯାଇଛି ରାଜ୍ୟ ବାହାର ଦୁଇ ଏକ୍ସପର୍ଟ ଟିମ୍ ସହ ଏନେଇ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ଜାନୁଆରି ୩୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଆଦ୍ରଭୂମିର ସୁରକ୍ଷା ପାଇଁ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେବା ଦରକାର ବୋଲି କୋର୍ଟ ଦର୍ଶାଇଥିଲେ। ଡ୍ରୋନରେ ପାଟ୍ରୋଲିଂ କରି ବେଆଇନ୍ ଚିଙ୍ଗୁଡ଼ି ଘେରି ଚିହ୍ନଟ ପାଇଁ ହାଇକୋର୍ଟ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଇକୋର୍ଟ ନିଜେ ଏହି ମାମଲାର ଆବେଦନକାରୀ ହୋଇଛନ୍ତି।
Follow Us