Bhadrayani Conflict: ଭଣ୍ଡୁର ହେଲା ଭଦ୍ରାୟଣୀ: ଜିଲ୍ଲା ମହୋତ୍ସବକୁ ନେଇ ବିବାଦ

Advertisment

ଭଣ୍ଡୁର ହୋଇଛି ଭଦ୍ରାୟଣୀ । ଭଦ୍ରକର ଜିଲ୍ଲା ମହୋତ୍ସବ ଭଦ୍ରାୟଣୀକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ବିବାଦକୁ ନେଇ କିଛି ବ୍ୟକ୍ତି ଆଜି ପେଣ୍ଡାଲ ଉପରକୁ ଉଠି ଉତ୍ସବ ବନ୍ଦ କରିଦେଇଛନ୍ତି। ପ୍ରଶାସନର ପରିଚାଳନା ଗତ ତୃଟି ପାଇଁ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ।

ଭଣ୍ଡୁର ହୋଇଛି ଭଦ୍ରାୟଣୀ । ଭଦ୍ରକର ଜିଲ୍ଲା ମହୋତ୍ସବ ଭଦ୍ରାୟଣୀକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ବିବାଦକୁ ନେଇ କିଛି ବ୍ୟକ୍ତି ଆଜି ପେଣ୍ଡାଲ ଉପରକୁ ଉଠି ଉତ୍ସବ ବନ୍ଦ କରିଦେଇଛନ୍ତି। ପ୍ରଶାସନର ପରିଚାଳନା ଗତ ତୃଟି ପାଇଁ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ।

80f3b469-6d7a-4c9c-ab7d-9c68351ac1ae

ଭଦ୍ରକ:  ଭଣ୍ଡୁର ହୋଇଛି ଭଦ୍ରାୟଣୀ । ଭଦ୍ରକର ଜିଲ୍ଲା ମହୋତ୍ସବ ଭଦ୍ରାୟଣୀକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ବିବାଦକୁ ନେଇ କିଛି ବ୍ୟକ୍ତି ଆଜି ପେଣ୍ଡାଲ ଉପରକୁ ଉଠି ଉତ୍ସବ ବନ୍ଦ କରିଦେଇଛନ୍ତି। ପ୍ରଶାସନର ପରିଚାଳନା ଗତ ତୃଟି ପାଇଁ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ। ଗତକାଲି ଏହି ଉତ୍ସବ ଭଦ୍ରକର ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା। ଆଜି ଦ୍ୱିତୀୟ ଦିନରେ ଉତ୍ସବ ଚାଲିଥିବାବେଳେ ଏହାକୁ ବନ୍ଦ କରି ଦିଆଯାଇଥିଲା। ପ୍ରକାଶ ଥାଉ କି,  ଜାନୁଆରୀ ୧୮ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ଭଦ୍ରକ ନେହେରୁ ଷ୍ଟାଡିୟମରେ ଏହା ହେଵାକୁ ନିର୍ଦ୍ଧାରଣ ହୋଇଥିଲା। ଗତକାଲି ଆରମ୍ଭ ହୋଇଥିଲା ଏହି ମହୋତ୍ସବ ।

ଆଜି ଦ୍ବିତୀୟ ଦିନରେ ଉତ୍ସବ ଚାଲିଥିଲା। ତେବେ କିଛି ଯୁବକମାନେ ପ୍ରତିବାଦ କରିବା ସହ ଷ୍ଟେଜକୁ ଚଢି କାର୍ଯ୍ୟକ୍ରମକୁ ଅଟକାଇଥିଲେ। ଜିଲ୍ଲା ମହୋତ୍ସବ ଭଦ୍ରୟାଣୀରେ ଓଡିଶା ତଥା ଅନ୍ୟ ରାଜ୍ୟରୁ ୪୧୮ଟି ଷ୍ଟଲ ପଡିଥିଲା। ଯୁବକମାନେ ଷ୍ଟେଜ ଉପରକୁ ଚଢ଼ି ମହୋତ୍ସବକୁ ଆରମ୍ଭରୁ ବନ୍ଦ କରିବା ସହ ଷ୍ଟଲ ଯୋଗାଇବାରେ ବ୍ୟାପକ ହେରଫେର ନେଇ ନାରାବାଜି କରିଥିଲେ। ଫଳରେ କୌଣସି କାର୍ଯ୍ୟକ୍ରମ ହୋଇ ନଥିଲା। ଅନ୍ୟପଟେ ଘଟଣାସ୍ଥଳରେ ଜିଲ୍ଳା ପୋଲିସ ଓ ଜିଲ୍ଳା ପ୍ରଶାସନ ଉପସ୍ଥିତ ରହି ବୁଝାସୁଝା କରିଥିଲେ ମଧ୍ୟ ଯୁବକମାନେ ନିଜ ଜିଦରେ ଅଡିବସିଥିଲେ।

ଶେଷରେ କୌଣସି କାର୍ଯ୍ୟକ୍ରମ ହୋଇନଥିଲା। ଉତ୍ସବ ବନ୍ଦ ରହିବା ପଛରେ ଅନ୍ୟ ଏକ ରାଜନୈତିକ କାରଣ ରହିଛି ବୋଲି ଆଜି ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଷ୍ଟଲ ବଣ୍ଟନ ନା ରାଜନୈତିକ ବିବାଦ ପାଇଁ କାର୍ଯ୍ୟକ୍ରମ ବନ୍ଦ ରହିଛି । ତାହାକୁ ନେଇ ଚର୍ଚ୍ଚା ହେଉଛି। ଆଜି ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ ପ୍ରଶାସନ ସହ ଆଲୋଚନା ଜାରି ରହିଛି। ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଯୋଗୁଁ ଲୋକେ ହତାଶ ହୋଇ ଘରକୁ ଫେରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe