ଭୋପାଲ: ମଧ୍ୟପ୍ରଦେଶର ଫାର୍ମାସୀ କାଉନସିଲ ଅଫିସରେ ଦେଖିବାକୁ ମିଳିଛି କର୍ମଚାରୀଙ୍କ ଦାଦଗିରି। କାମରେ ଯାଇଥିବା ସାଧାରଣ ଲୋକଙ୍କୁ ମାଡ ମାରି କଲେ ଲହୁଲୁହାଣ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଫାର୍ମାସି ସାର୍ଟିଫିକେଟରେ ଡିଜିଟାଲ୍ ସିଗ୍ନେଚର ଆଣିବାକୁ ଯାଇଥିବା ଜଣେ ଯୁବକଙ୍କୁ ମଧ୍ୟପ୍ରଦେଶ ଫାର୍ମାସି କାଉନସିଲ କାର୍ଯ୍ୟାଳୟରେ ନିର୍ମମ ଭାବରେ ମାଡ଼ ମରାଯାଇଥିଲା। ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ଫାର୍ମାସି କାଉନସିଲ ଅଧ୍ୟକ୍ଷ ସଞ୍ଜୟ ଜୈନ ଏବଂ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ପରିଷଦର ଜଣେ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ମାଡ଼ ଖାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। 

Advertisment

କଣ ରହିଛି ଘଟଣାର ସତ୍ୟତା 
ଆକ୍ରମଣର ଶିକାର ହୋଇଥିବା ତୁଷାରଙ୍କ ଅନୁଯାୟୀ ସେ ନିଜର ଫାର୍ମାସି ସାର୍ଟିଫିକେଟରେ ଡିଜିଟାଲ ସିଗ୍ନେଚର ପାଇଁ ଦୀର୍ଘ ଏକ ମାସ ହେବ ଫାର୍ମାସି କାଉନସିଲ କାର୍ଯ୍ୟାଳୟକୁ ଯାଉଥିଲେ। କିନ୍ତୁ ଗତ ଶୁକ୍ରବାର ଦିନ ସେ ଯେତେବେଳେ କାର୍ଯ୍ୟାଳୟରେ ପହଞ୍ଚିଲେ ସେତେବଳେ ରେଜିଷ୍ଟ୍ରାର ମଧ୍ୟାହ୍ନ ଭୋଜନ କରୁଛନ୍ତି ବୋଲି ସେଠାରେ ଥିବା ସିକ୍ୟୁରିଟି କହିଲେ। କିନ୍ତୁ ଦୀର୍ଘ ୨ରୁ ୩ ଘଣ୍ଟା ପରେ ତୁଷାର ଯେତେବେଳେ ରେଜିଷ୍ଟ୍ରାରଙ୍କ ରୁମ ଆଡେ ଯିବାକୁ ଲାଗିଲେ ସେତେବେଳେ ତାଙ୍କୁ ସିକ୍ୟୁରିଟି ଅଟକାଇବାକୁ ଲାଗିଲେ । ଏତେସମୟ ଅପେକ୍ଷା କରିବା ପରେ ମଧ୍ୟ ସେ କାହିଁକି ରେଜିଷ୍ଟ୍ରାରଙ୍କୁ ଭେଟିପାରିବେ ନାହିଁ ତୁଷାର କହିବା ପରେ କହିବାରୁ ବିବାଦ ଆରମ୍ଭ ହୋଇଥିଲା । ଏହାପରେ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ତୁଷାରଙ୍କୁ ପ୍ରବଳ ମାଡ ମାରିଥିଲେ ।

ଆହୁରି ପଢ଼ନ୍ତୁ:Cow Smuggling Truck Accident ଗୋଚାଲାଣ ବେଳେ ଗୋରୁ ଗାଡ଼ି ଦୁର୍ଘଟଣା: ଚମ୍ପଟ ମାରିଲା ଚାଳକ, ୨୦ ଗାଈ ଉଦ୍ଧାର

ସୋସିଆଲ ମିଡିଆରେ ଭିଡିଓ ଜାରି କଲେ ତୁଷାର 
ଆକ୍ରମଣ ପରେ ପୀଡିତ ତୁଷାର ସୁନାର ଏକ ଭିଡିଓ ଜାରି କରି କାନ୍ଦି କାନ୍ଦି ଘଟଣାର ସତ୍ୟତା ସଂପର୍କରେ କହିଥିଲେ। ଏଥିରେ ସେ କହିଥିଲେ ଯେ  "ମୋ ନାମ ତୁଷାର। ଫାର୍ମାସି କାଉନସିଲର ସଭାପତି ସଞ୍ଜୟ ଜୈନ, କେକେ ଯାଦବ, ଗୋପାଳ ଯାଦବ ଏବଂ ଅନ୍ୟ ଅଧିକାରୀମାନେ ମୋତେ ନିର୍ମମ ଭାବରେ ମାଡ଼ ମାରିଥିଲେ। ସେମାନେ ମୋତେ ଭିତରକୁ ଟାଣି ଆଣି ମୋର ଗୁପ୍ତାଙ୍ଗରେ ଆଘାତ କରିଥିଲେ, ଯାହା ଫଳରେ ରକ୍ତସ୍ରାବ ହୋଇଥିଲା। ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରୁଛି।" 

ଆହୁରି ପଢ଼ନ୍ତୁ:15 Trucks Seized Soro ତହସିଲ ଓ ଖଣି ବିଭାଗର ପୃଥକ ଚଢ଼ାଉ: ୧୦ ପଥର ଓ ୫ଟି ବାଲି ବୋଝେଇ ଗାଡ଼ି ଜବତ

ଭିଡିଓ ଜାରି ପରେ ପୋଲିସ ନେଲା କାର୍ଯ୍ୟନୁଷ୍ଠାନ
ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ହଇଚଇ ସୃଷ୍ଟି କରିଥିଲା। ଏହାପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭାଇରାଲ ସିସିଟିଭି ଫୁଟେଜକୁ ଆଧାର କରି ହବିବଗଞ୍ଜ ପୋଲିସ ସଞ୍ଜୟ ଜୈନଙ୍କ ସମେତ ଅନେକ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଏହାସହ ସେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ  ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛି ।

ଘଟଣାକୁ ଏବିଭିପିର ପ୍ରତିବାଦ 
ଏହି ଘଟଣା ପରେ ଛାତ୍ର ସଂଗଠନଗୁଡ଼ିକ କଡା ବିରୋଧ କରିଥିବା ଦେଖାଦେଇଛି। ଏବିଭିପି ପରିଷଦ କାର୍ଯ୍ୟାଳୟରେ ମଧ୍ୟ ବିଶାଳ ପ୍ରତିବାଦ କରାଯାଇଥିଲା।ସମସ୍ତେ ଏକଜୁଟ ହୋଇ ସଞ୍ଜୟ ଜୈନଙ୍କ ଇସ୍ତଫା ଦାବି କରିଥିଲେ। ପୂର୍ବରୁ ଏନଏସୟୁଆଇ କର୍ମୀମାନେ କାର୍ଯ୍ୟାଳୟରେ ପ୍ରବେଶ କରି ସ୍ଲୋଗାନ ଦେଇଥିଲେ ଏବଂ ସଭାପତି ଜୈନଙ୍କ ନାମଫଳକରେ କାଳି ବୋଳି ଦେଇଥିଲେ। ସଞ୍ଜୟ ଜୈନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ସେମାନଙ୍କର ପ୍ରତିବାଦ ଜାରି ରହିବ ଉଭୟ ସଂଗଠନ ପକ୍ଷରୁ କଡା ଚେତାବନୀ ଦିଆଯାଇଛି।