Bhubaneswar Couple Unable to Attend Reception: ଅଟକାଇଦେଲା ବିମାନ: ଅନଲାଇନରେ ରିସେପ୍ସନ ଭୋଜି ଦେଲେ ଭୁବନେଶ୍ୱର ବର

Advertisment

ବିମାନ ଚଳାଚଳରେ ବାଧା ହେତୁ ରିସେପ୍ସନ ପାର୍ଟିରେ ଯୋଗଦେଇପାରିଲେନି ଭୁବନେଶ୍ବରର ବର। ଏହି ଘଟଣା କର୍ଣ୍ଣାଟକର ହୁବଲିରେ ଦେଖିବାକୁ ମିଳିଥିବା ବେଳେ,ବିମାନ ବାତିଲ ହେବା ଯୋଗୁଁ ନବବିବାହିତ ଦମ୍ପତିଙ୍କୁ ଅନଲାଇନରେ ସେମାନଙ୍କ ରିସେପ୍ସନରେ ଯୋଗ ଦେବାକୁ ପଡିଛି।

ବିମାନ ଚଳାଚଳରେ ବାଧା ହେତୁ ରିସେପ୍ସନ ପାର୍ଟିରେ ଯୋଗଦେଇପାରିଲେନି ଭୁବନେଶ୍ବରର ବର। ଏହି ଘଟଣା କର୍ଣ୍ଣାଟକର ହୁବଲିରେ ଦେଖିବାକୁ ମିଳିଥିବା ବେଳେ,ବିମାନ ବାତିଲ ହେବା ଯୋଗୁଁ ନବବିବାହିତ ଦମ୍ପତିଙ୍କୁ ଅନଲାଇନରେ ସେମାନଙ୍କ ରିସେପ୍ସନରେ ଯୋଗ ଦେବାକୁ ପଡିଛି।

Untitled-6

online reception Photograph: (sambad.in)

ନୂଆଦିଲ୍ଲୀ: ବିନା ବର କନ୍ୟାରେ ଆପଣ କେବେ ରିସେପସନ ହେବାର ଦେଖିଛନ୍ତି କି? କିନ୍ତୁ ବାସ୍ତବରେ ଭୁବନେଶ୍ବରର  ସଙ୍ଗମ ଦାସଙ୍କ ସହ ଏପରି ହୋଇଥିବାର ଦେଖିବାକୁ ମିଳିଛି। ଯିଏ ବିମାନ ବାତିଲ ହେବା ଯୋଗୁଁ ନିଜ ରିସେପସନ ରେ ଯୋଗ ଦେଇପାରିନାହାନ୍ତି। ନଭେମ୍ବର ୨୩ରେ ଭୁବନେଶ୍ୱରରେ ବଡ ଧୂମଧାମରେ ଗୁଜୁରାଟ ହୁବଲିର ମେଧା କ୍ଷୀରସାଗର ଏବଂ ଭୁବନେଶ୍ୱରର ସଙ୍ଗମ ଦାସ ବିବାହ କରିଥିଲେ। ପରେ ବୁଧବାର ଦିନ କନ୍ୟାଙ୍କ ଜନ୍ମସ୍ଥାନ ହୁବୁଲିରେ ତାଙ୍କର ରିସେପ୍ସନ ହେବାର ଥିଲା। କିନ୍ତୁ ଇଣ୍ଡିଗୋ ବିମାନର ସଙ୍କଟ ଯୋଗୁଁ ନବବିବାହିତ ଦମ୍ପତିଙ୍କୁ ସେମାନଙ୍କର ରିସେପ୍ସନରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେବାକୁ ପଡିଥିଲା ।

କାହିଁକି ଅନଲାଇନରେ ହେଲା ରିସେପସନ?
ଦେଶର ସବୁଠାରୁ ବଡ଼ ବିମାନ କମ୍ପାନୀ ଇଣ୍ଡିଗୋର ସଙ୍କଟ ଯୋଗୁଁ ବିମାନ ଯାତ୍ରୀଙ୍କ ସମସ୍ୟା ବୃଦ୍ଧି ପାଇଛି। ଲୋକମାନେ କୌଣସି ସ୍ଥାନରୁ ଆସି ପାରୁନାହାଁନ୍ତି କିମ୍ବା କୌଣସି ସ୍ଥାନକୁ ଯାଇ ପାରୁନାହାଁନ୍ତି। ଏହାରି ଭିତରେ କର୍ଣ୍ଣାଟକର ହୁବଲିରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଯେଉଁଠାରେ ଏକ ନବବିବାହିତ ଦମ୍ପତିଙ୍କୁ ସେମାନଙ୍କର ରିସେପ୍ସନରେ ଭର୍ଚୁଆଲ୍ ଭାବରେ ଯୋଗ ଦେବାକୁ ପଡିଥିଲା କାରଣ ସେମାନେ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଯୋଗୁଁ ସହରକୁ ଆସିପାରିନଥିଲେ।

ଆହୁରି ପଢନ୍ତୁ: Indigo Crisis: ଇଣ୍ଡିଗୋ ସେବାରେ ବ୍ୟାପକ ତ୍ରୁଟି, ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ

ବେଙ୍ଗାଲୁରୁର ସଫ୍ଟୱେର୍ ଇଞ୍ଜିନିୟର ଭାବରେ କାମ କରୁଥିବା ମେଧା କ୍ଷୀରସାଗର ଏବଂ ଭୁବନେଶ୍ୱରର ସଙ୍ଗମ ଦାସ ଉଭୟ ନଭେମ୍ବର ୨୩ ତାରିଖରେ ଭୁବନେଶ୍ବରରେ ବିବାହ କରିଥିଲେ। ପରେ ଏହି ଦମ୍ପତ୍ତି କନ୍ୟାଙ୍କ ଜନ୍ମସ୍ଥାନ ହୁବଲିର ଗୁଜୁରାଟ ଭବନରେ ସେମାନଙ୍କର ରିସେପ୍ସନକୁ ଖୁବ ଧୁମଧାମରେ ଆୟୋଜନ କରିଥିଲେ। କିନ୍ତୁ ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଉଡ଼ାଣ ବାତିଲ କରିବା ପରେ ଏହି କାର୍ଯ୍ୟକ୍ରମ ରେ ସେମାନେ ପହଞ୍ଚିପାରିନଥିଲେ। ତେଣୁ ସେମାନେ ଭୁବନେଶ୍ବରରେ ରହି ଅନଲାଇନ ମାଧ୍ୟମରେ ନିଜ ରିସେପସନରେ ଯୋଗଦେଇଥିଲେ । 

ଆହୁରି ପଢନ୍ତୁ: Putin India Visit ପୁଟିନଙ୍କୁ ୨୧ ତୋପର ସଲାମୀ ସହିତ କରାଗଲା ସ୍ବାଗତ; ଉପସ୍ଥିତ ଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବିନା ବର କନ୍ୟାରେ ହେଲା ରିସେପସନ 
ଡିସେମ୍ବର ୨ ପାଇଁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଏବଂ ତା'ପରେ ହୁବଲିକୁ ଟିକେଟ୍ ବୁକ୍ କରିଥିଲେ ବର ସଙ୍ଗମ ଦାସ। କିନ୍ତୁ ବାରମ୍ବାର ବିମାନ ବିଳମ୍ବ ଯୋଗୁଁ ଫସି ରହିବା ପରେ ଶେଷରେ ଡିସେମ୍ବର ୩ ତାରିଖରେ ବିମାନ ବାତିଲ ହୋଇଥିଲା । ଭୁବନେଶ୍ୱର-ମୁମ୍ବାଇ-ହୁବଲି ଦେଇ ଯାତ୍ରା କରୁଥିବା ଅନେକ ସମ୍ପର୍କୀୟ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପଟେ କିନ୍ତୁ କନ୍ୟାଙ୍କ ପିତା ରିସେପସନ ମଣ୍ଡପ ସହ ସବୁ ପ୍ରସ୍ତୁତି ସମାପ୍ତ କରିଥିଲେ। ଏପରିକି କିଛି ବନ୍ଧୁବାନ୍ଧକ ମଧ୍ୟ ରିସେପସନରେ ଯୋଗଦେବାକୁ ଆସି ପହଞ୍ଚିଥିଲେ। ଏପରି ସମୟରେ ରିସେପସନକୁ ଅଧାରୁ ବନ୍ଦ କରିବା ସମ୍ଭବ ନଥିଲା । ସେଥିପାଇଁ ଉଭୟ ବର କନ୍ୟା ଭୁବନେଶ୍ୱରରେ ରହି ବିବାହ ପୋଷାକ ପିନ୍ଧି ପ୍ରସ୍ତୁତ ହୋଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ରିସେପସନରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe