‘ସୁଭଦ୍ରା’ ନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା

ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଘୋଷଣା ଅନୁସାରେ ପରିବାରର ପ୍ରତ୍ୟେକ ମହିଳାଙ୍କୁ ଶୁଭଦ୍ରା ଟଙ୍କା ମିଳିବ। ଏପରିକି ଗୋଟିଏ ପରିବାର ଭିତରେ ତିନି ଜଣ ଥିଲେ ମଧ୍ୟ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯିବ।

ଅଦ୍ୟତନ ହୋଇଛି
Subhadra

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ବିଧାନସଭାରେ ଶ୍ରୀମତୀ ପରିଡ଼ା କହିଛନ୍ତି, ପରିବାରର ପ୍ରତ୍ୟେକ ମହିଳାଙ୍କୁ ଶୁଭଦ୍ରା ଟଙ୍କା ମିଳିବ। ଏପରିକି ଗୋଟିଏ ପରିବାର ଭିତରେ ତିନି ଜଣ ଥିଲେ ମଧ୍ୟ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯିବ। ସେହିପରି ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅଙ୍କୁ ବି ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। 

‘ସୁଭଦ୍ରା' ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିରୋଧୀଙ୍କୁ କାଉଣ୍ଟର କରିଛନ୍ତି। ସେ ରାଜ୍ୟରେ ୧ କୋଟି ୮ ଲକ୍ଷ ମହିଳାଙ୍କୁ 'ସୁଭଦ୍ରା' ଯୋଜନାରେ ସାମିଲ କରାଯିବ। ୨୧ରୁ ୬୦ ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ' ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି ୮ ଲକ୍ଷ।

ପରିବାରର ପ୍ରତ୍ୟେକ ମହିଳାଙ୍କୁ ଶୁଭଦ୍ରା ଟଙ୍କା ମିଳିବ। ଏପରିକି ଗୋଟିଏ ପରିବାର ଭିତରେ ତିନି ଜଣ ଥିଲେ ମଧ୍ୟ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯିବ। ସେହିପରି ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅଙ୍କୁ ବି ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। 

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ନିର୍ଦ୍ଦେଶାବଳୀ ଜାରି ହୋଇଛି। ୨୧ରୁ ଅଧିକ ୬୦ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କର ଯୋଗ୍ୟତାର ମାନଦଣ୍ଡ ସରକାର ସ୍ଥିର କରିଥିବା ବେଳେ ଏଥିରେ ଠକିବାକୁ କେହି ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ହିତାଧିକାରୀ ଆବେଦନ ସମୟରେ ଠିକ୍ ଓ ନିର୍ଭୁଲ ସୂଚନା ପ୍ରଦାନ କରିବା ଜରୁରି। ଯଦି କୌଣସି ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ତାହେଲେ ଅର୍ଥ ପ୍ରଦାନ ତ ବନ୍ଦ କରାଯିବ। ତାହା ସହ ଦିଆଯାଇଥିବା ଅର୍ଥକୁ ଫେରାଇ ଅଣାଯିବ ଏବଂ ଠକେଇ ପାଇଁ ଆଇନଗତ ଓ ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟ୍‌ରେ ଡିବିଟି ଜରିଆରେ ଏହି ଅର୍ଥ ଜମା କରାଯିବ। ଏଥିପାଇଁ ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଶେଷ ତାରିଖ ଭାବେ ଗ୍ରହଣ କରାଯିବ। ୨୦୨୪-୨୫  ଆର୍ଥିକ ପାଇଁ ଚଳିତବର୍ଷ ଜୁଲାଇ ୧ ତାରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ବର୍ଷ କିମ୍ବା ତା’ଠାରୁ ଅଧିକ ଓ ୬୦ବର୍ଷରୁ କମ୍ ହେବା ଆବଶ୍ୟକ। ସେହିପରି ଆବେଦନକାରୀଙ୍କ ଜନ୍ମ ତାରିଖ ୧୯୬୪ ମସିହା ଜୁଲାଇ ୨ ପୂର୍ବରୁ କିମ୍ବା ୨୦୦୩ ଜୁଲାଇ ୧ ତାରିଖ ପରେ ହେବା ଉଚିତ ନୁହେଁ। ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଯୋଗ୍ୟତା ତାରିଖ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେବ। 

ଏହି ଖବର ପଢ଼ନ୍ତୁ: ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe