ବାଇକ୍‌ରେ ଆସି ସର୍ବସାଧାରଣରେ ଯୁବକଙ୍କୁ ଗୁଳି କରି ହତ୍ୟା, ପ୍ରେମ ବ୍ୟାପାର ସନ୍ଦେହ

ବାଇକ୍‌ରେ ଆସି ସର୍ବସାଧାରଣରେ ଯୁବକଙ୍କୁ ଗୁଳି କରି ହତ୍ୟା, ପ୍ରେମ ବ୍ୟାପାର ସନ୍ଦେହ

timesnow

ପାଟ୍‌ନା: ବିହାରର ସିୱାନ ଜିଲ୍ଲାରେ ଥିବା ନିଗାଇ ଗ୍ରାମରେ ଶନିବାର ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜଣେ ୨୧ ବର୍ଷିଅ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଯୁବକଙ୍କ ହତ୍ୟା ପଛରେ ଏକ ପ୍ରେମ କାହାଣୀ ଥାଇପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି। ସର୍ବସାଧାରଣ ସ୍ଥାନରେ ଏପରି ଜଣକୁ ଗୁଳି କରି ହତ୍ୟା କରାଯିବା ଘଟଣା ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରାଇଛି।

ମୃତକ ଜଣକ ହେଉଛନ୍ତି ଚାତୁ ପଟେଲ୍‌। ସିୱାନପୁର ଜିଲ୍ଲାର ଚେନ୍‌ପୁର୍‌ ପୁଲିସ୍‌ ଆଉଟ୍‌ପୋଷ୍ଟ୍‌ଠାରେ ଶନିବାର ସକାଳ ପ୍ରାୟ ୦୮.୩୦ ସମୟରେ ଏପରି ଘଟିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପଟେଲ୍‌ ନିଜ ଗ୍ରାମରେ ତାଙ୍କ ପ୍ରେମିକାଙ୍କ ସହ ଏକ ସ୍ଥାନରେ ଛିଡ଼ା ହୋଇ କଥା ହେଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ ନେଇ ଆସିଥିଲେ। ପଟେଲ୍‌କୁ ତାଙ୍କ ପ୍ରେମିକାଙ୍କ ସହ ଏକା ସାଥିରେ ଦେଖି ରାଗରେ ଆସି ସେମାନେ ପଟେଲ୍‌ଙ୍କ ଉପରକୁ ଗୁଳି ଚାଳନା କରିଥିଲେ।

ସେମାନେ ଗୁଳି କରିବା ପରେ ସ୍ଥାନ ଛାଡ଼ି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ମାତ୍ର ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ପକାଇଥିଲେ। ପୀଡ଼ିତଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସଦର ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe