ବିହାର ବିଧାନସଭା ନିର୍ବାଚନ: ୫୦ ଆସନରେ ବିଜୟୀ ହୋଇ ‘ଆର୍‌ଜେଡି’ ଆଗୁଆ

ବିହାର ବିଧାନସଭା ନିର୍ବାଚନ: ୫୦ ଆସନରେ ବିଜୟୀ ହୋଇ ‘ଆର୍‌ଜେଡି’ ଆଗୁଆ

Image Courtesy of Hindustan Times

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ସମୁଦାୟ ୪. ୧୧ କୋଟି ଭୋଟ୍‌ରୁ ରାତି ୧୦ଟା ସୁଦ୍ଧା ୯୭% ଭୋଟ୍‌ ଗଣାଯାଇଥିବା କଥା ଭାରତର ନିର୍ବାଚନ କମିସନଙ୍କ ‌ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

ସମ୍ପ୍ରତି ୫୦ ଆସନରେ ବିଜୟୀ ହୋଇ ‘ଆର୍‌ଜେଡି’ ଆଗୁଆ ରହିଥିବା ଜଣାପଡ଼ିଛି।

ସମୁଦାୟ ୨୪୩ଟି ଆସନରୁ ୧୫୯ ଆସନର ଫଳାଫଳ ପ୍ରକାଶ ପାଇଛି। ଅନ୍ୟ ୮୪ଟି ଆସନର ଭୋଟ୍‌ ଗଣତି ଚାଲିଛି। ସେଥିରୁ ଆର୍‌ଜେଡି ୫୦, ବିଜେପି ୪୭, ଜେଡି(ୟୁ) ୨୮, କଂଗ୍ରେସ ୧୦, ସିପିଆଇ(ଏମ୍‌-ଏଲ୍‌) ୯, ଭିଆଇପି ୪, ଏଆଇଏମ୍‌ଆଇଏମ୍‌ ୩,  ସିପିଆଇ, ସିପିଆଇ(ଏମ୍‌) ୨, ଏଚ୍ଏଏମ୍‌(ଏସ୍) ୩,  ବିଏସ୍‌ପି ସ୍ବାଧୀନ ୧ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ସେହିଭଳି, ଆର୍‌ଜେଡି ୨୭, ବିଜେପି ୨୫, ଜେଡି(ୟୁ) ୧୪, କଂଗ୍ରେସ ୯, ସିପିଆଇ(ଏମ୍‌-ଏଲ୍‌) ୩, ଭିଆଇପି ୪, ଏଆଇଏମ୍‌ଆଇଏମ୍‌ ୨, ସିପିଆଇ,  ଏଚ୍ଏଏମ୍‌(ଏସ୍) ୧ ଆସନରେ ଆଗୁଆ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe