ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ

Advertisment

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ଗଡ଼ଦେଉଳିଆ ଠାରେ ସୋମବାର ଅପରାହ୍ନ ଦେଢ଼ଟା ପାଖାପାଖି ସମୟରେ ଏକ ଟ୍ରକ ଧକ୍କାରେ ଜନୈକ ବୁଲେଟ ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି l

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ଗଡ଼ଦେଉଳିଆ ଠାରେ ସୋମବାର ଅପରାହ୍ନ ଦେଢ଼ଟା ପାଖାପାଖି ସମୟରେ ଏକ ଟ୍ରକ ଧକ୍କାରେ ଜନୈକ ବୁଲେଟ ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି l

bullet

ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ଗଡ଼ଦେଉଳିଆ ଠାରେ ସୋମବାର ଅପରାହ୍ନ ଦେଢ଼ଟା ପାଖାପାଖି ସମୟରେ ଏକ ଟ୍ରକ ଧକ୍କାରେ ଜନୈକ ବୁଲେଟ ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ଶିବଶଙ୍କର ଦାଶ l

ସୂଚନା ମୁତାବକ ବାଲେଶ୍ୱର ସହରରେ ଥିବା ସାଇସାଧନା ଅନୁଷ୍ଠାନର ଶିବଶଙ୍କର ଦାଶ ଓ ବିଶ୍ୱଜିତ ସେଠୀ ଓଡି -୦୧ ଏୟୂ-୨୮୪୨ ନମ୍ବର ବିଶିଷ୍ଟ ବୁଲେଟ ଯୋଗେ ବୈଶିଙ୍ଗାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲେ l ଶିବଶଙ୍କର ବାଇକ ଚଳାଉଥିବା ବେଳେ ବିଶ୍ୱଜିତ ପଛରେ ବସିଥିଲେ l ସେହି ସମୟରେ ସମାନ ଦିଗରେ ବାଲେଶ୍ୱର ଯାଉଥିବା ଏମଏଚ -୪୦ ବିଜି -୪୫୧୧ନମ୍ବର ବିଶିଷ୍ଟ ଟ୍ରକଟି ପଛପଟୁ ଆସି ଧକ୍କା ଦେଇଥିଲା l

ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରେ ହିଁ ଶିବଶଙ୍କରଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବିଶ୍ୱଜିତ ସାମାନ୍ୟ ଆହତ ହୋଇଥିଲେ l ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ମୋଟରସାଇକେଲକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe