ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

Advertisment

ବାଙ୍ଗିରିପୋଷି ଥାନା କଲିକତା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଛନ୍ତି। ଅନ୍ୟ ବାଇକ ଆରୋହୀ ବାଇକ ଛାଡ଼ି ଫେରାର ଅଛନ୍ତି। 

ବାଙ୍ଗିରିପୋଷି ଥାନା କଲିକତା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଛନ୍ତି। ଅନ୍ୟ ବାଇକ ଆରୋହୀ ବାଇକ ଛାଡ଼ି ଫେରାର ଅଛନ୍ତି। 

accident in 2 place

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା କଲିକତା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଛନ୍ତି। ଅନ୍ୟ ବାଇକ ଆରୋହୀ ବାଇକ ଛାଡ଼ି ଫେରାର ଅଛନ୍ତି। ମୃତ ବାଇକ ଆରୋହୀ ସୋରିଷପାଳ ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମର ମାହା ଲୋହାରଙ୍କ ପୁଅ ଛୋଟରାୟ ଲୋହାର  (୨୫) ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନା ମୁତାବକ, ଛୋଟରାୟ ଭୁବନେଶ୍ବରରେ ଚାକିରି କରୁଥିବାବେଳେ ପୂଜା ଛୁଟିରେ ଘରକୁ ଆସିଥିଲେ। କୌଣସି କାମରେ ନିଜର ଜଣେ ବନ୍ଧୁ ସୁକୁଲାଲ ସୋରେନଙ୍କ ସହ ବାଙ୍ଗିରିପୋଷି ଆସିଥିଲେ। ଏକ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ବାଙ୍ଗିରିପୋଷି ବଜାର ନିକଟସ୍ଥ କଲିକତା ଛକଠାରେ ଅନ୍ୟ ଏକ ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଛୋଟରାୟଙ୍କ ମୃତ୍ୟ ଘଟିଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀମାନେ ବାଇକ ଛାଡି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe