ଦ୍ୱାରଶୁଣୀ ଘାଟିରେ ବାଇକ ଆରୋହୀଙ୍କ ଉପରେ ଚଢିଗଲା କଣ୍ଟେନର୍‌, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Advertisment
ଦ୍ୱାରଶୁଣୀ ଘାଟିରେ ବାଇକ ଆରୋହୀଙ୍କ ଉପରେ ଚଢିଗଲା କଣ୍ଟେନର୍‌, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ଵାରଶୁଣୀ ଘାଟିରେ ମଙ୍ଗଳବାର ସକାଳୁ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ କଣ୍ଟେନର୍‌ ଚଢ଼ିଯିବାରୁ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କୃଷ୍ଣ ଚନ୍ଦ୍ରଗିରି (୪୮)।

publive-image

ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ବିଶୋଇ ଅଂଚଳର କୃଷ୍ଣଚନ୍ଦ୍ର ବାଇକ (ଓଡି୧୧ବି-୪୨୩୪) ଯୋଗେ ଦ୍ଵାରଶୁଣୀ ଘାଟିରୁ ତଳକୁ ଓହ୍ଲାଇବା ସମୟରେ ଏକ କଣ୍ଟେନର୍‌ (ଏଚ୍‌ଆର୫୫ଏସି-୧୮୨୫) ତାଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବାଇକ କୃଷ୍ଣଚନ୍ଦ୍ରଙ୍କ ଡାହାଣ ଗୋଡ ଓ ହାତ ଭାଙ୍ଗି ଯିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ ବାଇକ ଆରୋହୀଙ୍କୁ ଏନ୍‌ଏଚ୍‌ଆଇ ଆମ୍ବୁଲାନ୍‌ସ ଷ୍ଟାଫ ସହିତ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe