ମଧୁବାବୁ ସ୍ବତନ୍ତ୍ର ଓଡ଼ିଶା ଗଠନର କର୍ଣ୍ଣଧାର: ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀ

Advertisment

ସ୍ବତନ୍ତ୍ର ଓଡ଼ିଶାର ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ଓଡ଼ିଶାକୁ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟଗଠନ କରିବା ପାଇଁ ମଧୁବାବୁ ଜୀବନକାଳ ସଂଘର୍ଷ କରିଥିଲେ। ଏଥିପାଇଁ ଓଡ଼ିଶାବାସୀ ତାଙ୍କୁ ସର୍ବଦା ମନେରଖିବେ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଡ. ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀ କହିଛନ୍ତି।

ସ୍ବତନ୍ତ୍ର ଓଡ଼ିଶାର ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ଓଡ଼ିଶାକୁ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟଗଠନ କରିବା ପାଇଁ ମଧୁବାବୁ ଜୀବନକାଳ ସଂଘର୍ଷ କରିଥିଲେ। ଏଥିପାଇଁ ଓଡ଼ିଶାବାସୀ ତାଙ୍କୁ ସର୍ବଦା ମନେରଖିବେ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଡ. ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀ କହିଛନ୍ତି।

nj

ରାଉରକେଲା: ସ୍ବତନ୍ତ୍ର ଓଡ଼ିଶାର ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ଓଡ଼ିଶାକୁ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟଗଠନ କରିବା ପାଇଁ ମଧୁବାବୁ ଜୀବନକାଳ ସଂଘର୍ଷ କରିଥିଲେ। ଏଥିପାଇଁ ଓଡ଼ିଶାବାସୀ ତାଙ୍କୁ ସର୍ବଦା ମନେରଖିବେ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଡ. ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀ କହିଛନ୍ତି। ରାଉରକେଲା ଓକିଲ ସଂଘ ପକ୍ଷରୁ ଉଦିତନଗରସ୍ଥିତ ବିରଜାପାଲି କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ପାଳନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଚାରପତି ଜଷ୍ଟିସ୍‌ ମିଶ୍ର ଆଇନଜୀବୀମାନେ ସେମାନଙ୍କ ଭୂମିକା ପାଳନ କରିପାରିଲେ ସମାଜର ସାମଗ୍ରିକ ବିକାଶ ହୋଇପାରିବ ବୋଲି କହିଥିଲେ। ଓଡ଼ିଶା ମାନବାଧିକାର କମିସନ ସଦସ୍ୟ ଅସୀମ ଅମିତାଭ ଦାଶ ମୁଖ୍ୟବକ୍ତା, ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍‌ ଶିଖାରାଣୀ ରଥ ସମ୍ମାନିତ ଅତିଥି, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ. ଅନିନ୍ଦିତା ପୂଜାରୀ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଇନଜୀବୀମାନେ ସାଧାରଣ ଲୋକଙ୍କୁ ଆଇନର ସୁବିଧା ଯୋଗାଇଦେବା ସହ ସେମାନଙ୍କ ସ୍ବାର୍ଥ ରକ୍ଷା ଦିଗରେ ପ୍ରୟାସ ଜାରି ରଖିବାକୁ କହିଥିଲେ। 

ରାଉରକେଲା ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୦ ବର୍ଷରୁ ଊର୍ଦ୍ଧ୍ବ ସାଧାରଣ ଲୋକଙ୍କୁ ଆଇନ୍ ସେବା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓକିଲ ସଂଘର ୨୨ ଜଣ ବରିଷ୍ଠ ସଦସ୍ୟଙ୍କୁ ଅତିଥିଗଣ ସମ୍ମାନିତ କରିଥିଲେ। ସଂଘରେ ନୂଆ କରି ସଦସ୍ୟତା ଗ୍ରହଣ କରିଥିବା ୩୪ ଜଣ ନବାଗତ ଆଇନଜୀବୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସଂଘର ସ୍ମରଣିକା ଉନ୍ମୋଚିତ ହୋଇଥିଲା।  ସଂପାଦକ ଦେବାନନ୍ଦ ତନ୍ତୀ ବିବରଣୀ ପାଠ କରିଥିବାବେଳେ ଉପସଭାପତି ରାଜ କିଶୋର ପ୍ରଧାନ ଧନ୍ୟବାଦ ଦେଇଥିଲେ। ଅନନ୍ତ ନାରାୟଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
   

ରାଉରକେଲା ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୦ ବର୍ଷରୁ ଊର୍ଦ୍ଧ୍ବ ସାଧାରଣ ଲୋକଙ୍କୁ ଆଇନ୍ ସେବା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓକିଲ ସଂଘର ୨୨ ଜଣ ବରିଷ୍ଠ ସଦସ୍ୟଙ୍କୁ ଅତିଥିଗଣ ସମ୍ମାନିତ କରିଥିଲେ। ସଂଘରେ ନୂଆ କରି ସଦସ୍ୟତା ଗ୍ରହଣ କରିଥିବା ୩୪ ଜଣ ନବାଗତ ଆଇନଜୀବୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସଂଘର ସ୍ମରଣିକା ଉନ୍ମୋଚିତ ହୋଇଥିଲା।  ସଂପାଦକ ଦେବାନନ୍ଦ ତନ୍ତୀ ବିବରଣୀ ପାଠ କରିଥିବାବେଳେ ଉପସଭାପତି ରାଜ କିଶୋର ପ୍ରଧାନ ଧନ୍ୟବାଦ ଦେଇଥିଲେ। ଅନନ୍ତ ନାରାୟଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଓକିଲ ସଂଘର ସମସ୍ତ ବରିଷ୍ଠ ସଦସ୍ୟ, ରାଉରକେଲାର ପ୍ରଥମ ଅତିରିକ୍ତ ଜିଲ୍ଲା ଦୈାରାଜଜ ମୁକ୍ତିରଞ୍ଜନ ଶତପଥୀ, ପୋକ୍ସ ସ୍ୱତନ୍ତ୍ର କୋର୍ଟ ଜଜ୍‌ ପି ସୁରିୟା ରାଓ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଜଜ ମନୋଜ କୁମାରଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ପାନପୋଷ ଉପ ଜିଲ୍ଲାପାଳ ବିଜୟ କୁମାର ନାୟକ, ଓକିଲ ସଂଘର ଯୁଗ୍ମ ସଂପାଦକ ଅନୁସୁର ହରି ଦୋରା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସିଂହଦେଓ, ସହ ସଂପାଦକ ତାପସ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ସଦସ୍ୟ ଗିରୀଶ ମହାପାତ୍ର, ଏମ୍ ମାଲେଶ୍ଵରମ, ସୁଜୟ ପାଣି, ମହମ୍ମଦ ରଫିକ, ରଞ୍ଜନ ଚୌଧୁରୀ, ରାମ ପ୍ରସାଦ ପଟ୍ଟନାୟକ, ବାବୁଲି ପରିଡ଼ା, ସୁରେଶ ମାଝୀ, ସରୋଜ ମହାପାତ୍ର, ପି କେ ରାଉତ, କୋମଳ ସାହୁ, କିରଣ ପ୍ରଜାପତି, ଶକୁନ୍ତଳା ବେହେରା, ପଦ୍ମିନୀ ଦାଶ, ଶାନ୍ତନୁ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe