‘ସମ୍ବାଦ’ ରାଉରକେଲା ଜୋନ୍‌ସ୍ତରୀୟ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତା

Advertisment

‘ସମ୍ବାଦ’ର ରାଉରକେଲା ଜୋନ୍‌ସ୍ତରୀୟ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତାରେ କେବଳ ନିଷ୍ଠାପରଭାବେ ପ୍ରତିଦ୍ବନ୍ଦ୍ବିତା କରିନାହାନ୍ତି, ବରଂ ଉତ୍ସାହର ସହ ମନଭରି ଉପଭୋଗ କରିଛନ୍ତି। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ‘ବିଦ୍ୟାଭବନ’ କଂପ୍ଲେକ୍ସରେ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। ଛାତ୍ରଛାତ୍ରୀଙ୍କ ମନମୁଗ୍ଧକର ସଙ୍ଗୀତ ତଥା ସାରଗର୍ଭକ ତର୍କ, ସମସ୍ତଙ୍କୁ ବାନ୍ଧିରଖିଥିଲା।

‘ସମ୍ବାଦ’ର ରାଉରକେଲା ଜୋନ୍‌ସ୍ତରୀୟ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତାରେ କେବଳ ନିଷ୍ଠାପରଭାବେ ପ୍ରତିଦ୍ବନ୍ଦ୍ବିତା କରିନାହାନ୍ତି, ବରଂ ଉତ୍ସାହର ସହ ମନଭରି ଉପଭୋଗ କରିଛନ୍ତି। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ‘ବିଦ୍ୟାଭବନ’ କଂପ୍ଲେକ୍ସରେ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। ଛାତ୍ରଛାତ୍ରୀଙ୍କ ମନମୁଗ୍ଧକର ସଙ୍ଗୀତ ତଥା ସାରଗର୍ଭକ ତର୍କ, ସମସ୍ତଙ୍କୁ ବାନ୍ଧିରଖିଥିଲା।

rkls

ରାଉରକେଲା: ‘ସମ୍ବାଦ’ ଆୟୋଜିତ ବାର୍ଷିକ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ କମାଲ୍‌ ଦେଖାଇଛନ୍ତି। ପ୍ରତିଯୋଗୀମାନେ ‘ସମ୍ବାଦ’ର ରାଉରକେଲା ଜୋନ୍‌ସ୍ତରୀୟ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତାରେ କେବଳ ନିଷ୍ଠାପରଭାବେ ପ୍ରତିଦ୍ବନ୍ଦ୍ବିତା କରିନାହାନ୍ତି, ବରଂ ଉତ୍ସାହର ସହ ମନଭରି ଉପଭୋଗ କରିଛନ୍ତି। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ‘ବିଦ୍ୟାଭବନ’ କଂପ୍ଲେକ୍ସରେ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। ଛାତ୍ରଛାତ୍ରୀଙ୍କ ମନମୁଗ୍ଧକର ସଙ୍ଗୀତ ତଥା ସାରଗର୍ଭକ ତର୍କ, ସମସ୍ତଙ୍କୁ ବାନ୍ଧିରଖିଥିଲା।

 ଏହି ଅବସରରେ ଉଭୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାର ୬ ଜଣ କୃତୀ ପ୍ରତିଯୋଗୀ ଭୁବନେଶ୍ବରରେ ହେବାକୁଥିବା ରାଜ୍ୟସ୍ତରୀୟ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତାରେ ଭାଗନେବେ। କାର୍ଯ୍ୟକ୍ରମରେ ଗତ ୧୫ ତାରିଖରେ ସହର‌ର ୭ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ‘ଚିତ୍ରାଙ୍କନ’, ‘ହସ୍ତାକ୍ଷର’ ଓ ‘ଭାଷାଜ୍ଞାନ’ ପ୍ରତିଯୋଗିତାର ୬୩ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ଉଦ୍‌ଘୋଷକ ଅନୀଲ ମଲ୍ଲିକ ସଂଯୋଜନା କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଜ୍ଞାନ ରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସୁନୀଲ କୁମାର ଦାସ, ଅଶୋକ କୁମାର ପାତ୍ର, ସୌଭାଗ୍ୟ ସାହୁ, ମଳୟ ରଞ୍ଜନ ସାହୁ, ଦେବବ୍ରତ ଗଡ଼ତିଆ, ଡମ୍ବରୁଧର ନାୟକ, ଅଭୟ ନାୟକ, ପଙ୍କଜ କୁମାର ମହାନ୍ତି, ସାଗର ମହାପାତ୍ର, ଦୀପରାଜ ସିହ୍ନା, ରାଜେଶ ସାହୁ, ଚିନ୍ମୟ ମଲ୍ଲିକ, ଚିନ୍ମୟ ମିଶ୍ର, ଗୌତମ ମାଇତି, କ୍ଷୀରୋଦ ମହାନ୍ତି, ମହେନ୍ଦ୍ର ମହାନ୍ତି, ଲାଲଶଙ୍କର ପତି, ପ୍ରବୀର ସିଂହ, ନାରାୟଣ ନାୟକ, ରଞ୍ଜିତ ପରିଡ଼ା, କୁଳମଣି ଦାସ, ବିକଳ ଚୌଧୁରୀ, ପଞ୍ଚାନନ ସାହୁ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।


ଛାତ୍ରଛାତ୍ରୀଙ୍କ ଦମ୍‌ଦାର ବିତର୍କ
‘ବିତର୍କ’ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ‘ଓଡ଼ିଶା ଧନୀ, ଓଡ଼ିଆ ଗରିବ: ପ୍ରାକୃତିକ ବିପର୍ଯ୍ୟୟ ଦାୟୀ କି?’ ବିଷୟବସ୍ତୁରେ ତର୍କ କରିଥିଲେ। ଭାଗ ନେଇଥିବା ସମସ୍ତ ୨୫ ଜଣ ପ୍ରତିଯୋଗୀଙ୍କ କହିବାଶୈଳୀ, ତଥ୍ୟ, ତୁଳନାତ୍ମକ ଚିତ୍ର, ଓଡ଼ିଶା, ଦେଶ ଓ ବିଶ୍ବର ଅର୍ଥନୀତି, ପ୍ରାକୃତିକ ବିପର୍ଯ୍ୟୟର କରାଳ ରୂପ ଓ ଏହାର ସୁପରିଚାଳନା ଆଦି ବିଷୟରେ ଓଜସ୍ବୀ ବକ୍ତବ୍ୟ ଦେଇଥିଲେ। ଏଥିରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରସ୍ପିତା ପ୍ରିୟଦର୍ଶିନୀ ପ୍ରଥମ, ସୌମ୍ୟରଞ୍ଜନ ସାହୁ ଦ୍ବିତୀୟ ଓ ଆୟୁଷ କୁମାର ପଟେଲ ତୃତୀୟସ୍ଥାନ ଦଖଲ କରିଛନ୍ତି। ରାଉରକେଲାସ୍ଥ ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ହ୍ୟୁମାନିଟିଜ୍‌ ଆଣ୍ଡ୍‌ ସୋସିଆଲ୍‌ ସାଇନ୍ସେସ୍‌ ବିଭାଗର ପ୍ରଫେସର ରାମକୃଷ୍ଣ ବିଶ୍ବାଳ ଏବଂ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁଷମା ମୋଦୀ ବିଚାରକ ଦାୟିତ୍ବ ନିର୍ବାହ କରିଥିଲେ। 


ମନମୋହିଲା ସୁମଧୁର ସଙ୍ଗୀତ
‘ସାରେଗାମା’ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ସୁଲଳିତ କଣ୍ଠ ସମସ୍ତଙ୍କୁ କିମିଆ କରିଥିଲା। ଗୋଟିଏପରେ ଗୋଟିଏ ମନଲୋଭା ସଙ୍ଗୀତ ପରିବେଷଣ କରିଥିଲେ ପ୍ରତିଯୋଗୀ। କିଏ ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ ତ କିଏ ହିନ୍ଦୀ ଆଧୁନିକ, ଆଉ କି​ଏ ଭଜନ ପରିବେଷଣ କରି ଶ୍ରୋତାଙ୍କ ମନ ଜିଣିଥିଲେ। ପ୍ରତ‌ିଯୋଗିତାରେ ସୁଶୀଳାବତୀ ସରକାରୀ ମହାବିଦ୍ୟାଳୟର ସ୍ନିଗ୍‌ଧା ସ୍ବାଇଁ ପ୍ରଥମସ୍ଥାନ ଅଧିକାର କରିଥିବାବେଳେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ରିତେଶ ଦୁବେ ଦ୍ବିତୀୟ ଏବଂ ରୋହିତ ଜଗଦଲା ତୃତୀୟ ସ୍ଥାନ ପାଇଥିଲେ। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ବିଶିଷ୍ଠ କଣ୍ଠଶିଳ୍ପୀ ତଥା ଆକାଶବାଣୀ କଳାକାର ସ୍ନେହଲତା ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶରତ ଚନ୍ଦ୍ର ପଣ୍ଡା ବିଚାରକ ଦାୟିତ୍ବ ତୁଲାଇଥିଲେ। ହାରମୋନିୟମ୍‌ରେ ସଙ୍ଗୀତଗୁରୁ ଫକୀରଚରଣ ପତି, ତବଲାରେ ପ୍ରମୋଦ ବାରିକ୍‌, ‌କି-ବୋର୍ଡରେ ଦେବ ରଣା ଏବଂ ଅକ୍ଟୋପ୍ୟାଡ୍‌ରେ ନରେନ୍ଦ୍ର ପାତ୍ର ସହଯୋଗ କରିଥିଲେ।


ପୁରସ୍କୃତହେଲେ ସ୍କୁଲସ୍ତରୀୟ ପ୍ରତିଯୋଗିତା ବିଜେତା
ଉତ୍ସବରେ ଗତ ୧୫ ତାରିଖରେ ଅନୁଷ୍ଠିତ ସ୍କୁଲସ୍ତରୀୟ ‘ଚିତ୍ରାଙ୍କନ’, ‘ହସ୍ତାକ୍ଷର’ ଓ ‘ଭାଷାଜ୍ଞାନ’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏହି ପ୍ରତିଯୋଗିତା ୩ଟି ବର୍ଗରେ ଅନୁଷ୍ଠିତ ହୋଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ‘ଚିତ୍ରାଙ୍କନ’, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଓ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତାରେ ଭାଗନେଇଥିଲେ। ରାଉରକେଲାର ୭ଟି ପରୀକ୍ଷାକେନ୍ଦ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ମୋଟ୍‌ ୬୩ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ପୂର୍ବତନ ନଗରପାଳ ନିହାର ରାୟ ମୁଖ୍ୟଅତିଥିଭାବେ ଯୋଗଦେଇ କୁନିକୁନି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe