୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେପି ବିରୋଧରେ ଏମିତି ଅଭିଯୋଗ ଆଣିଲା ବିଜେଡି

Advertisment
୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେପି ବିରୋଧରେ ଏମିତି ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ଦିନକ ପରେ ଅର୍ଥାତ ଏପ୍ରିଲ ୨୯ରେ ମତଦନା ହେବ। ଏହା ପୂର୍ବରୁ ଶନିବାର ରାଜନୈତିକ ଦଳ ମାନଙ୍କ ପ୍ରଚାର ଶେଷ ହୋଇ ଯାଇଛି। ପ୍ରଚାର ଶେଷ ଦିନରେ ବିଭିନ୍ନ ଦଳର ନେତାମାନେ ଅନ୍ୟ ଉପରେ କିଛି ନା କିଛି ଦୋଷ ଲଦୁଛି। ଭାରତୀୟ ଜନତା ପାର୍ଟି ବିରୋଧରେ ବିଜୁ ଜନତା ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏଭଳି କିଛି ଅଭିଯୋଗ ଆଣିଛି, ଯାହାକି ନିମ୍ନରେ ପ୍ରଦତ୍ତ। ସେହିପରି ଶାନ୍ତିଶୃଙ୍ଖଳାର ସହିତ ମତଦନା ପରିଚାଳନ କରିବା ପାଇଁ ବିଜେଡି କିଛି ଦାବି ମଧ୍ୟ କରିଛି।

ବିଜେଡିର ଦାବି
-ସାଲେପୁର ବିଧାନସଭାର ୬ଟି ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଓ ସିସିଟିଭି କ୍ୟାମେରା ସ୍ଥାପନ।
-କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଆସନର ୫୭ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା।
-କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ବଉଳ ବିହାର ଅଂଚଳରେ ବିଜେପି କର୍ମୀମାନେ ମତଦାତାଙ୍କୁ ଲୋଭ ଦେଖାଇ ଟଙ୍କା ବିତରଣ କରିଛନ୍ତି। ଏ ନେଇ ଅଭିଯୋଗ ହୋଇଛି। ତେଣୁ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ।
-ଏପ୍ରିଲ ୨୯ରେ ମତଦନା ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଥିବା ମତଦାନ କେନ୍ଦ୍ର ଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉ।
-କେନ୍ଦ୍ରାପଡ଼ାରେ ଓଟିଭିର ୧୦-୧୨ ଜଣିଆ ଟିମ ଅଛନ୍ତି। ସେମାନେ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଟଙ୍କା ବାଣ୍ଟୁଛନ୍ତି। ତେଣୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe