୪ ବିଧାୟକଙ୍କ ଟିକେଟ କାଟିଲେ ନବୀନ

୪ ବିଧାୟକଙ୍କ ଟିକେଟ କାଟିଲେ ନବୀନ

ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିମଧ୍ୟରୁ ୪ ବିଧାୟକଙ୍କ ଟିକେଟ କାଟିଛନ୍ତି । ଏପରିକି ମନ୍ତ୍ରୀ ଥିବା ଲୋକସିଂହାରୁ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଟିକେଟ ତାଲିକାରୁ ବାଦ୍‌ ଦିଆଯାଇଛି। ଏଥିସହିତ ମାଲକାନଗିରିରୁ ମାନସ ମାଡକାମୀଙ୍କର, ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀଙ୍କର ଓ ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀଙ୍କର ଟିକେଟକୁ କଟି ଦିଆଯାଇଛି।

publive-image

ସେହିପରି ଲୋଇସିଂହାରୁ ଯୋଗେନ୍ଦ୍ର ବେହେରାଙ୍କ ବଦଳରେ ପ୍ରଦୀପ ବେହେରା, ଲାଞ୍ଜିଗଡରୁ ବଳଭଦ୍ର ମାଝୀଙ୍କ ବଦଳରେ ପ୍ରଦୀପ ଦିଶାରି, ପଟାଙ୍ଗୀରୁ ପ୍ରଫୁଲ ପାଙ୍ଗୀଙ୍କ ବଦଳରେ ପ୍ରୀତମ ପାଢୀ ଓ ମାଲକାନଗିରିରୁ ମାନଓ ମାଡକାମୀଙ୍କ ବଦଳରେ ମୁକୁନ୍ଦ ସୋଢିଙ୍କ ଉପରେ ଦଳ ଭରସା କରିଛି। ଏମାନଙ୍କ ବ୍ୟତୀତ ଝରିଗାଁରୁ ପ୍ରକାଶ ଚନ୍ଦ୍ର ମାଝୀ, ବଲାଙ୍ଗୀରରୁ ଅର୍କେଶ ସିଂହଦେଓ, ବ୍ରଜରାଜନଗରରୁ କିଶୋର ମହାନ୍ତି, ରେଢାଖୋଲରୁ ରୋହିତ ପୂଜାରୀ, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe