ବିଜେଡିକୁ ମିଳିଲା ଆଉ ୩ ବିଧାନସଭା ଆସନ: ଡାଗୁଗାଁରୁ ମନୋହର, ପାଲଲହଡ଼ାରୁ ମୁକେଶ ଓ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ବିଜୟୀ

Advertisment
ବିଜେଡିକୁ ମିଳିଲା ଆଉ ୩ ବିଧାନସଭା ଆସନ: ଡାଗୁଗାଁରୁ ମନୋହର, ପାଲଲହଡ଼ାରୁ ମୁକେଶ ଓ ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ବିଜୟୀ

ଭୁବନେଶ୍ୱର: ବିଜୁ ଜନତା ଦଳକୁ ଆଉ ୩ଟି ବିଧାନସଭା ଆସନ ମିଳିଛି। ସେଗୁଡ଼ିକ ହେଲା ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, ଅନୁଗୁଳ ଜିଲ୍ଳାର ପାଲଲହଡ଼ା ଏବଂ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳି।

ଡାବୁଗାଁ ଆସନଟିକୁ ଏଥର ବିଜେଡିର ମନୋହର ରାନ୍ଧାରୀ କଂଗ୍ରେସର ଭୁଜବଳ ମାଝୀଙ୍କଠାରୁ ଛଡ଼ାଇ ନେଇଛନ୍ତି। ଭୁଜବଳ ଏହି ଆସନଟିକୁ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଜିତିଥିଲେ।

ସେହିପରି ପାଲଲହଡ଼ା ଆସନଟିକୁ ବିଜେଡି ପ୍ରାର୍ଥୀ ମୁକେଶ ଚନ୍ଦ୍ର ପାଲ ଜିତିଛନ୍ତି। ସେ ଗତ ଥର ପାଲଲହଡ଼ା ବିଧାୟକ ଥିବା ମହେଶ ସାହୁଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଥିଲେ। ମହେଶ ଢେଙ୍କାନାଳ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ଆସନଟିକୁ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ପୁଣି ଜିତିଛନ୍ତି। ପ୍ରଣବ ତାଙ୍କ ପିତା କଳ୍ପତରୁ ଦାସଙ୍କ ବିୟୋଗ ପରେ ୨୦୧୪ରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe