ପ୍ରସନ୍ନଙ୍କ ଘରେ ଏକାଠି ହେଲେ ବିଜେଡି ନେତା

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ରୁଣ୍ଡ ହେଲେ ବିଜେଡିର କିଛି ବରିଷ୍ଠ ନେତା | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ପ୍ରତିକ୍ରିୟା ରଖିଲେ ପ୍ରସନ୍ନ | ସେ କହିଛନ୍ତି ଯେ ମୋ ଦେହ ଖରାପ ଅଛି ।

ରାଜ୍ୟସଭାରେ ପ୍ରସନ୍ନଙ୍କ ଦାବି: ‘ହାଇକୋର୍ଟ ଅଫ୍‌ ଓଡ଼ିଶା’ ହେଉ

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ରୁଣ୍ଡ ହେଲେ ବିଜେଡିର କିଛି ବରିଷ୍ଠ ନେତା | ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ପ୍ରତିକ୍ରିୟା ରଖିଲେ ପ୍ରସନ୍ନ | ସେ କହିଛନ୍ତି ଯେ ମୋ ଦେହ ଖରାପ ଅଛି ।  ସେଥିପାଇଁ ମୋ ବନ୍ଧୁମାନେ ଭେଟିବାକୁ ଆସିଥିଲେ । ଏହା ମେଳି ନୁହଁ, ବରଂ ସାଧାରଣ ଗସ୍ତ। ବିଜେଡି ସଂଗଠନ ଆଗକୁ ବଢୁଛି । ସଂଗଠନ ପାଇଁ ବୟସ ବାଧକ ନୁହଁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

 ବାସ୍ତବରେ ଆଜି ସକାଳୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ, ଅଶୋକ ପଣ୍ଡା ଓ ଭୁପିନ୍ଦର ସିଂ ପ୍ରମୁଖ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରକୁ ଯାଇ ବୈଠକ କରିଥିବା ଚର୍ଚ୍ଚା ହେଉଥିଲା | କୁହାଯାଉଥିଲା ଯେ ବରିଷ୍ଠ ନେତାମାନେ ଦଳୀୟ ରଣନୀତି ନେଇ କିଛି ଆଲୋଚନା କରିଛନ୍ତି | ଏସବୁ ଚର୍ଚ୍ଚା ପରେ ପ୍ରସନ୍ନ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିଛନ୍ତି।

ପ୍ରସନ୍ନଙ୍କ କହିବା କଥା ଯେ ଯେଉଁମାନେ ଆସିଥିଲେ ସେମାନଙ୍କ ସହ ବହୁ ଦିନରୁ ସମ୍ପର୍କ ରହିଆସିଛି | ଏବେ ମୋ ଦେହ ଭଲ ନାହିଁ | ତେଣୁ ସେମାନେ ମୋତେ ଭେଟିବାକୁ ଆସିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe