ବିଜେଡି ଆରମ୍ଭ କଲା ପରାଜୟର କାରଣ ସନ୍ଧାନ : ପରାଜିତ ନେତାଙ୍କୁ ନବୀନ ନିବାସ ଡାକରା; ଅସନ୍ତୁଷ୍ଟଙ୍କୁ ଚିହ୍ନଟ ଲାଗି ପ୍ରୟାସ

Advertisment
ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଅଗ୍ରଣୀ: ମୁଖ୍ୟମନ୍ତ୍ରୀ

The Sen Times

ଭୁବନେଶ୍ବର : ବିଜେଡି ଆରମ୍ଭ କଲା ମାନସ ମନ୍ଥନ। ଯେଉଁ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଦଳର ପ୍ରାର୍ଥୀ ପରାଜିତ ହୋଇଛନ୍ତି ସେଠାରେ ପରାଜୟର କାରଣ ଖୋଜା ଆରମ୍ଭ ହୋଇଛି।  ଦଳ ୧୪୬ ଆସନରୁ ୧୧୨ ଆସନ ପାଇଥିଲେ ବି ଅନେକ ସ୍ଥାନରେ ବିଜେଡି ଜିତୁ ଜିତୁ ହାରିଛି। ନବୀନଙ୍କ ପଞ୍ଚମ ପାଳିରେ ବିଜେଡି ୧୧୨ ଆସନରେ ବିଜୟ ଲାଭ କରିଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଭୋଟ କମିଲା ଏହାକୁ ନେଇ ତର୍ଜମା ଚାଲିଛି । ଅନ୍ୟପକ୍ଷରେ କେତେକ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ପ୍ରମାଣ ସହିତ ସେମାନଙ୍କ ବିରୋଧରେ ହୋଇଥିବା ଦଳୀୟ ଷଡଯନ୍ତ୍ର ସଂପର୍କରେ ନବୀନଙ୍କୁ ଅବଗତ କରିଛନ୍ତି।

publive-image

ଏହାରି ଭିତରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ  ଟିକେଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ନ ହେବାରୁ ଦଳରେ ଅସନ୍ତୋଷ ରହିଥାଇପାରେ ଓ ଦଳ ହାରିଥାଇପାରେ ବୋଲି ବୟାନ ଦେଇଛନ୍ତି । ବିଧାନସଭା ନିର୍ବାଚନରେ ଆୟୁବ ଖାନକୁ କଣ୍ଟାବାଞ୍ଜିରେ ଟିକେଟ ମିଳିନଥିଲା । ଏଠାରେ ନୂଆ ମୁହଁ ଦେଇଥିଲା ବିଜେଡି । ଏହି ଆସନକୁ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ମାତ୍ର ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେପଟେ କିଶୋର ମହାନ୍ତି କହିଛନ୍ତି, ବଲାଙ୍ଗୀର ଲୋକସଭାରେ ବିଜେଡି କ’ଣ ପାଇଁ ହାରିଲା ତାର ପୋଷ୍ଟମର୍ଟମ ହେବା ଦରକାର । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଲୋଇସିଂହାରେ ପ୍ରାର୍ଥୀ ଚୟନ ଠିକ ହୋଇ ନ ଥିବା ଆଡକୁ ଇଙ୍ଗିତ କରିଛନ୍ତି, ଏଠାରୁ ତାଙ୍କ ପୁଅ ଅଶାୟୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe