କେନ୍ଦ୍ରାପଡାରେ ପ୍ରିଜାଡିଙ୍ଗ ଏବଂ ପୋଲିଂ ଅଫିସରମାନଙ୍କୁ ଭୋଟ ଦେବା ପାଇଁ ପୋଷ୍ଟାଲ ବାଲାଟ ଦିଆଯାଉ: ବିଜେପି

Advertisment
କେନ୍ଦ୍ରାପଡାରେ ପ୍ରିଜାଡିଙ୍ଗ ଏବଂ ପୋଲିଂ ଅଫିସରମାନଙ୍କୁ ଭୋଟ ଦେବା ପାଇଁ ପୋଷ୍ଟାଲ ବାଲାଟ ଦିଆଯାଉ: ବିଜେପି

Photo Credit: PTI

ଭୁବନେଶ୍ୱର: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ କର୍ତ୍ତବ୍ୟରତ ଥିବା ୧୨୦୦ ପ୍ରିଜାଡିଙ୍ଗ ଏବଂ ପୋଲିଂ ଅଫିସରମାନେ ସେମାନଙ୍କ ଭୋଟ ଦେବା ଅଧିକାରରୁ ବଂଚିତ ହୋଇଛନ୍ତି । ଗତ ଏପ୍ରିଲ ୨୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ଆଗରେ ପ୍ରିଜାଇଡିଙ୍ଗ ଏବଂ ପୋଲିଂ ଅଫିସରମାନେ ଧାରଣା ଦେବା ପରେ ବି ଭୋଟ ଦେବା ଅଧିକାରରୁ ସେମାନଙ୍କୁ ବଂଚିତ କରାଯାଇଛି । ଆଇନ କାନୁନର ଭୟ ଦେଖାଇ ଏହି ଅଫିସରମାନଙ୍କୁ କାମ କରିବା ପାଇଁ କୁହାଯାଇଥିଲା । ନିର୍ବାଚନ ଆଇନ ୧୯୬୧, ୨୦(ଖ) ଅନୁଯାୟୀ ନିର୍ବାଚନ ଡ୍ୟୁଟିରେ ଥିବା ପ୍ରିଜାଡିଙ୍ଗ ଅଫିସର ପୁଲିଙ୍ଗ ଅଫିସର ପୋଷ୍ଟାଲ ବାଲେଟ
ମାଧ୍ୟମରେ ନିଜ ମତ ସାବ୍ୟସ୍ତ କରିପାରିବେ କିନ୍ତୁ ଏଯାବତ ସେପରି କୌଣସି ବ୍ୟବସ୍ଥା କରାଯାଇନାହିଁ , ଯାହାକି କେବଳ ବେଆଇନ ନୁହେଁ ବରଂ ଅଣସାମ୍ବିଧାନିକ ଓ ଅପରାଧ ମଧ୍ୟ ।

ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ମାଧ୍ୟମରେ ପ୍ରିଜାଡିଙ୍ଗ ଏବଂ ପୋଲିଂ ଅଫିସର କିପରି ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ ସେ ନେଇ ଦୃଷ୍ଟି ଦେବାକୁ ଦାବି ଜଣାଇଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe