୧୯ ବର୍ଷର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ଆଉ କେତେ ମିଛର ସାହାରା ନେବ: ବିଜେପି

Advertisment
ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବୁ: ବିଜେପି

odishasuntimes.com

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷର ନବୀନ ବାବୁଙ୍କର ସରକାରର ସ୍ଥାଣୁତା ଓ ଅପାରଗତା ପାଇଁ ଓଡିଶା ଆଜି ଦେଶରେ ବିକାଶରେ ମାପକାଠି ସାରା ଦେଶରେ ପଛରେ ପଡିଛିା କେବଳ ବିକାଶର ମିଛ ସ୍ୱପ୍ନ ଦେଖାଇ ଠକି ପାରୁଥିବା ବିଜୁ ଜନତା ଦଳର ମୁଖିଆ ନବୀନ ବାବୁ ହେଉଛନ୍ତି ମିଥ୍ୟା ତଥ୍ୟର ସୌଦାଗର । ହେଲେ ଏବେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କର ୧୯ ବର୍ଷର ମିଛକୁ ବୁଝିସାରିଲେଣି । ମିଛକୁ ଘୋଡାଇବା ପାଇଁ ବିଜୁ ଜନତା ଦଳ ଆଉ ଯେତେ ମିଛର ସାହାରା ନେଲେ ବି ଓଡିଶା ଲୋକ ପରିବର୍ତନ ଚାହିଁଲେଣି ବୋଲି ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ନବଜାତ ଶିଶୁ ମୃତ୍ୟୁ ହାରରେ ଓଡିଶା ହେଉଛି ଦେଶରେ ଏକ ନମ୍ବର ରାଜ୍ୟା ପ୍ରତି ୧୦୦୦ରେ ଦେଶରେ ୨୨ ଜଣ ନବଜାତ ଶିଶୁ ମୃତ୍ୟୁ ବରଣ କରୁଥିବାବେଳେ ଓଡିଶାରେ ଏହି ହାର ହେଉଛି ୩୨ । ସେହିପରି ଶିଶୁ ମୃତ୍ୟୁ ହାରରେ ମଧ୍ୟ ଓଡିଶା ହେଉଛି ଦେଶରେ ଏକ ନମ୍ବର । ପ୍ରତି ୧୦୦୦ରେ ଦେଶରେ ୩୪ ଜଣ ନବଜାତ ଶିଶୁ ମୃତ୍ୟୁ ବରଣ କରୁଥିବାବେଳେ ଓଡିଶାରେ ଏହି ହାର ହେଉଛି ୪୪ । ସେହିଭଳି ୫ ବର୍ଷରୁ କମ ଶିଶୁ ମୃତ୍ୟୁହାରରେ ଭାରତ ବର୍ଷରେ ୧୦୦୦ରେ ୩୯ ଥିବା ବେଳେ ଓଡିଶାରେ ଏହା ହେଉଛି ୫୦ । ଶିଶୁ ମୃତ୍ୟୁ ହାରରେ ଓଡିଶା ଦେଶରେ ତଳ ଆଡୁ ପ୍ରଥମ ହୋଇଥିବାବେଳେ ଏଠାରେ କିନ୍ତୁ ବିଜୁ ଜନତା ଦଳର ସରକାର ଖାଲି ମିଛ ବିଜ୍ଞାପନ ଆଉ ତଥ୍ୟ ଦେଇ ନିଜ ପିଠି ନିଜେ ଥାପୁଡୁଛନ୍ତି ।

ଓଡିଶାର ୩୦ ଜିଲ୍ଲାରୁ ୨୫ ଜିଲ୍ଲାରେ କୁପୋଷଣର ସ୍ଥିତି ଅତି ସଙ୍ଗୀନ । ସେହିପରି ବୟସ ତୁଳନାରେ ଉଚ୍ଚତା ବଢିବା ଓ ଓଜନ ବଢିବାରେ ଓଡିଶାର ଶିଶୁ ମାନଙ୍କର ଅବସ୍ଥା ଆଫ୍ରିକା ମହାଦେଶର ଗରୀବରେ ସଢୁଥିବା ଇଥିଓପିଆ ଭଳି ଦେଶ ସହ ସମାନ । ସେହିପରି ଓଡିଶାରେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ମଧ୍ୟ ଓଡିଶାରେ ଅତ୍ୟନ୍ତ ନୈରାଶ ଜନକ ସ୍ଥିତିରେ ଅଛି । ୨୦୦୧ ମସିହାରେ ୧୦୦୦ ପୁଅରେ ୯୬୭ ଝିଅ ଥିବା ବେଳେ ଏବେ ଏହା ୯୪୧ରେ ପହଂଚିଲାଣି । ଓଡିଶାରେ ଭ୍ରୁଣ ହତ୍ୟାର ଏକ ରାକେଟ ଚାଲିଛି ବୋଲି ଗୋଲକ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ନବୀନ ବାବୁଙ୍କର ୧୯ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ କାହିଁକି ନାହିଁ? ରାଜ୍ୟରେ ୫୨୯୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ । ରାଜ୍ୟରେ ମାତ୍ର ୧୨ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟରେ ଆଇସିୟୁ ଚିକିସ୍ତ୍ରା ସୁବିଧା ଥିବା ବେଳେ ବାକି ୧୮ ଜିଲ୍ଲାରେ କେବେ ଏହି ସୁବିଧା ମିଳିବ ? ରାଜ୍ୟରେ ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି । ୫୭% ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି । ରାଜ୍ୟର ୨୫% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବି ଖାଲି । ୪୬୮୨ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୦୧୬ଟି ପଦବି ଖାଲି ପଡ଼ିଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe