www.bhaskar.com
ନୂଆଦିଲ୍ଳୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ଜମ୍ମୁ-କଶ୍ମୀର ଏବଂ ମହାରାଷ୍ଟ୍ରର ପ୍ରାର୍ଥୀ ସାମିଲ୍ ଅଛନ୍ତି। ସେହିପରି କଂଗ୍ରେସ ମଧ୍ୟ ୧୭ ଜଣ ଆଶାୟୀଙ୍କ ନାମ ଘୋଷଣା କରିଛି। ତେବେ, ଜାଣିବାକୁ ମିଳିଛି ଯେ କଂଗ୍ରେସ ପକ୍ଷରୁ ନୂଆ କରି ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଅଶୋକ କୁମାର ଦୋହରେଙ୍କୁ ଦଳରେ ମିଶିବାର ମାତ୍ର ୨୦ ମିନିଟ୍ ମଧ୍ୟରେ ସାଂସଦ ଟିକେଟ୍ ମିଳିଛି। ଏହା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦଳରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ନେତାଙ୍କୁ ଟିକେଟ୍ ନ ମିଳିଥିବା ବେଳେ ମାତ୍ର ୨୦ ମିନିଟ୍ ବ୍ୟବଧାନ ଭିତରେ ଦୋହରେଙ୍କୁ ଟିକେଟ୍ ମିଳିବା କଥା ବେଶ୍ ଚର୍ଚ୍ଚ ପାଲଟିଛି।
କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୧.୪୦ରେ ତାଙ୍କ ଟ୍ଵିଟର୍ରେ ଅଶୋକ କୁମାର ଦୋହରେ ଦଳରେ ସାମିଲ୍ ହେବା ନେଇ ଟ୍ଵିଟ୍ କରିଥିଲେ। ୨.୦୦ଟାରେ ଦୋହରେଙ୍କୁ ଟିକେଟ୍ ମିଳିଗଲା। ସିନ୍ଧିଆ ତାଙ୍କ ଟ୍ଵିଟ୍ରେ ଲେଖିଥିଲେ, ‘ଭାଜପା ଇଟାୟା ସାଂସଦ ଶ୍ରୀଯୁକ୍ତ ଅଶୋକ କୁମାର ଦୋହରେ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଭେଟି କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ମୋତେ ପୂରା ବିଶ୍ୱାସ ଅଛି ଯେ ଅଶୋକ କୁମାର ଜୀଙ୍କର କଂଗ୍ରେସରେ ସାମିଲ୍ ହେବା ଫଳରେ ଭାଜପାର ଜନବିରୋଧୀ ନୀତି ବିରୋଧରେ ଆମ ଦଳର ନିର୍ଣ୍ଣାୟକ ଲଢ଼ାଇ ଆହୁରି ମଜ୍ବୁତ ଦେବ।’
Follow Us