ଉତ୍ତର ପ୍ରଦେଶରେ ପୁଣି କ୍ଷମତାସୀନ ହେବ ‘ବିଜେପି’; ମାର୍ଚ ୧୦ରେ ଆମେ ହୋଲି ଖେଳିବୁ: ପ୍ରଧାନମନ୍ତ୍ରୀ ମୋଦୀ

ଉତ୍ତର ପ୍ରଦେଶରେ ପୁଣି କ୍ଷମତାସୀନ ହେବ ‘ବିଜେପି’; ମାର୍ଚ ୧୦ରେ ଆମେ ହୋଲି ଖେଳିବୁ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Zee News

କାନପୁର: ଉତ୍ତର ପ୍ରଦେଶରେ ‘ବିଜେପି’ ପୁଣି କ୍ଷମତାସୀନ ହେବ ଏବଂ ମାର୍ଚ ୧୦ ତାରିଖରେ ଆମେ ହୋଲି ପାଳନ କରିବୁ ବୋଲି କାନପୁରର ଦେହାତ୍‌ରେ ଆୟୋଜିତ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସେ କହିଛନ୍ତି, ଉତ୍ତର ପ୍ରଦେଶରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ମତଦାନରୁ ଜଣାପଡୁଛି ‘ବିଜେପି’ ପୁଣି କ୍ଷମତାକୁ ଆସିବ ଏବଂ ମାର୍ଚ ୧୦ ତାରିଖରେ ହିଁ ଆମେ ଉତ୍ତର ପ୍ରଦେଶରେ ହୋଲି ଖେଳିବୁ।

‘ବିଜେପି’ର ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥର ନିର୍ବାଚନରେ ପରିବାରବାଦୀମାନଙ୍କୁ ଉତ୍ତର ପ୍ରଦେଶବାସୀ ପୁଣି ପରାସ୍ତ କରି‌ବେ। ମାର୍ଚ ୧୦ ତାରିଖରେ ହିଁ ଆମେ ଉତ୍ତର ପ୍ରଦେଶରେ ରଙ୍ଗର ମହୋତ୍ସବ ହୋଲି ଖେଳିବୁ।

publive-image Image Courtesy of India TV

ସମାଲୋଚନା ଜାରି ରଖି ସେ ପୁଣି କହିଲେ, ସେମାନେ ମେଣ୍ଟ ବଦଳାଇ ଚାଲିଥିବା ବେଳେ ଉତ୍ତର ପ୍ରଦେଶ ଜନସାଧାରଣଙ୍କର ସେବା କରିବେ କେମିତି? ପ୍ରକାରାନ୍ତରେ ହିଜାବ୍‌ ବିବାଦ ପ୍ରସଙ୍ଗ ଉଠାଇ ସେ କହି‌ଛନ୍ତି, ଉତ୍ତର ପ୍ରଦେଶରେ ‘ବିଜେପି’ ଶାସନରେ ମୁସଲମାନ ଝିଅମାନେ ନିରାପଦ ମଣୁଛନ୍ତି। ଏବେ ରାଜ୍ୟରେ ବହୁସଂଖ୍ୟକ ମୁସଲମାନ୍‌ ଝିଅ ସ୍କୁଲ୍‌ ଓ କଲେଜ ଯାଉଛନ୍ତି।

ପୂର୍ବତନ ସମାଜବାଦୀ ପାର୍ଟି ସରକାର ମାଫିଆ ଓ ଅପରାଧୀମାନଙ୍କର ପୃଷ୍ଠପୋଷକ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯଦି ସେମାନଙ୍କ ସ୍ବେଚ୍ଛାଚାର ଚାଲିଥାଆନ୍ତା ‌ତେବେ, ସେମାନେ କାନପୁର ଏବଂ ଉତ୍ତର ପ୍ରଦେଶର ଏପ୍ରକାରର ଅନ୍ୟାନ୍ୟ ଅଞ୍ଚଳକୁ ମାଫିଆଗଞ୍ଜ ମହଲାରେ ପରିଣତ କରି ସାରିଥାଆନ୍ତେ। ଏହି ପରିବାରବାଦୀମାନେ ପୁଣି ମାଫିଆମାନଙ୍କୁ କ୍ଷମତା ଦେବାକୁ ଚାହାଁନ୍ତି। ଉତ୍ତର ପ୍ରଦେଶର ଜନସାଧାରଣ ସତର୍କ ରହିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe