ବୋନଗାଓଁ ମତଦାନ କେନ୍ଦ୍ରରେ ହୋଇଥିବା ବିସ୍ଫୋରଣକୁ ନେଇ ଟିଏମ୍‌ସି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଲା ବିଜେପି

Advertisment
ବୋନଗାଓଁ ମତଦାନ କେନ୍ଦ୍ରରେ ହୋଇଥିବା ବିସ୍ଫୋରଣକୁ ନେଇ ଟିଏମ୍‌ସି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଲା ବିଜେପି

Photo Credit: PTI

କୋଲକାତା: ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ବୋନଗାଓଁ ମତଦାନ କେନ୍ଦ୍ରରେ ହୋଇଥିବା ବୋମା ବିସ୍ଫୋରଣକୁ ନେଇ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ବିରୋଧରେ ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ନିକଟକୁ ଚିଠି ଲେଖିଛି ଭାରତୀୟ ଜନତା ପାର୍ଟି (ବିଜେପି)। ବୋନଗାଓଁରେ ବିସ୍ଫୋରଣ ଟିଏମ୍‌ସି ଘଟାଇଛି ବୋଲି ବିଜେପି ଚିଠି ଲେଖି ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ଅଭିଯୋଗ ଆଣିଛି।

କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗରେ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଉପୁଜିଥିବା ବିଭିନ୍ନ ହିଂସା ଓ ବେଅଆଇନ କାମ ପାଇଁ ଟିଏମ୍‌ସି ବିରୋଧରେ ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି। ଏହା ଛଡ଼ା ରାଜ୍ୟରେ ଭୁଲ୍‌ ଭାବେ ମତଗ୍ରହଣ, ଇଭିଏମ୍‌ ଜାଲିଆତି, ବୋମା ବିସ୍ଫୋରଣ ଆଦି ସବୁ ଘଟଣା ପାଇଁ ଟିଏମ୍‌ସିକୁ ଦାୟୀ କରିଛି ବିଜେପି।

ଏକ ପତ୍ରରେ ପଶ୍ଚିମବଙ୍ଗର ନିର୍ବାଚନ ଅଧିକାରୀଙ୍କ ବ୍ୟତୀତ ଦୁଇ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଆଇଏଏସ୍‌ ଅଜୟ ନାୟକ ଏବଂ ଆଇପିଏସ୍‌ ବିନୋଦ ଦୁବେଙ୍କୁ ବିଜେପି ଏ ସଂପର୍କରେ ଅବଗତ କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe