ଆଡ଼ଭାନିଙ୍କୁ ଭେଟିବା ପରେ କହିଲେ ମୋଦି: ତାଙ୍କ ପରି ମହାନ୍‌ ଲୋକଙ୍କ ପାଇଁ ବିଜେପି ସଫଳ ହୋଇଛି

ଆଡ଼ଭାନିଙ୍କୁ ଭେଟିବା ପରେ କହିଲେ ମୋଦି: ତାଙ୍କ ପରି ମହାନ୍‌ ଲୋକଙ୍କ ପାଇଁ ବିଜେପି ସଫଳ ହୋଇଛି

Image Source: Hindustan Times

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକୃଷ୍ଣ ଆଡ଼ଭାନିଙ୍କୁ ଭେଟିବା ପରେ ଟୁିଇଟ୍‌ କରି ବରିଷ୍ଠ ନେତାମାନଙ୍କ ଅବଦାନକୁ ସ୍ୱୀକାର କରିଛନ୍ତି।

ସେ ଟୁଇଟ୍‌ କରିଛନ୍ତି: ସମ୍ମାନୀୟ ଆଡ଼ଭାନିଜୀଙ୍କୁ ଭେଟିଲି। ତାଙ୍କ ପରି ମହାନ୍‌ ବ୍ୟକ୍ତି ଦଳ ଗଢ଼ିବାରେ ଅନେକ ଦଶନ୍ଧି ବିତାଇ ଥିବାରୁ ଏବଂ ଲୋକମାନଙ୍କୁ ସଦ୍ୟ ଆଦର୍ଶବାଦ ବିଷୟ ଯୋଗାଇ ଦେଇଥିବାରୁ ଆଜି ବିଜେପିର ସଫଳାତା ସମ୍ଭବପର ହୋଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ଲାଲକୃଷ୍ଣ ଆଡ଼ଭାନିଙ୍କ ଘରକୁ ଯାଇଥିଲେ। ପରେ ସେମାନେ ଦଳର ଅନ୍ୟଜଣେ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ଭେଟିଥିଲେ।

ଜାତୀୟ ନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ବିଜୟ ପଥରେ ଯାଉଥିବା କଥା ସ୍ପଷ୍ଟ ହେବା ପରେ ଅମିତ ଶାହାଙ୍କ ପାଇଁ ଗାନ୍ଧୀନଗର ଲୋକସଭା ଆସନ ଛାଡ଼ି ଥିବା ଆଡ଼ଭାନି ମୋଦିଙ୍କୁ ଅଭିନନ୍ଦନ ବାର୍ତ୍ତା ଜଣାଇଥିଲେ।

ବିଜେପିକୁ ବିଜୟ ପଥରେ ନେବା ପାଇଁ ଅମିତ ଶାହାଙ୍କ ଭୂମିକାକୁ ବରିଷ୍ଠ ନେତା ସ୍ୱୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe