ବ୍ଲାକଆଉଟ୍ କଣ ଜାଣିଛନ୍ତି କି? ଯୁଦ୍ଧ ସମୟରେ ଲାଗୁ ହୁଏ ଏହି ନିୟମ

Advertisment

ଦେଶ ଦେଶ ମଧ୍ୟରେ ଯୁଦ୍ଧ ସମୟରେ ସତର୍କ ରହିବାକୁ ଭିନ୍ନ ଭିନ୍ନ ନିୟମ କରାଯାଇଥାଏ | ବ୍ଲାକଆଉଟ୍ ସେଥିମଧ୍ୟରୁ ଗୋଟିଏ | ଏହା ଏକ ଯୁଦ୍ଧକାଳୀନ ରଣନୀତି ଯାହା କୃତ୍ରିମ ଆଲୋକକୁ ସର୍ବନିମ୍ନ କରିଥାଏ। ଯାହା ଦ୍ଵାରା ଶତ୍ରୁ ପକ୍ଷର ବିମାନ

ଦେଶ ଦେଶ ମଧ୍ୟରେ ଯୁଦ୍ଧ ସମୟରେ ସତର୍କ ରହିବାକୁ ଭିନ୍ନ ଭିନ୍ନ ନିୟମ କରାଯାଇଥାଏ | ବ୍ଲାକଆଉଟ୍ ସେଥିମଧ୍ୟରୁ ଗୋଟିଏ | ଏହା ଏକ ଯୁଦ୍ଧକାଳୀନ ରଣନୀତି ଯାହା କୃତ୍ରିମ ଆଲୋକକୁ ସର୍ବନିମ୍ନ କରିଥାଏ। ଯାହା ଦ୍ଵାରା ଶତ୍ରୁ ପକ୍ଷର ବିମାନ

black out

ନୂଆଦିଲ୍ଲୀ: ଦେଶ ଦେଶ ମଧ୍ୟରେ ଯୁଦ୍ଧ ସମୟରେ ସତର୍କ ରହିବାକୁ ଭିନ୍ନ ଭିନ୍ନ ନିୟମ କରାଯାଇଥାଏ | ବ୍ଲାକଆଉଟ୍ ସେଥିମଧ୍ୟରୁ ଗୋଟିଏ | ଏହା ଏକ ଯୁଦ୍ଧକାଳୀନ ରଣନୀତି ଯାହା କୃତ୍ରିମ ଆଲୋକକୁ ସର୍ବନିମ୍ନ କରିଥାଏ। ଯାହା ଦ୍ଵାରା ଶତ୍ରୁ ପକ୍ଷର ବିମାନ କିମ୍ବା ବୁଡ଼ାଜାହାଜକୁ ଲକ୍ଷ୍ୟସ୍ଥଳ ଖୋଜିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ଧାରା ମୁଖ୍ୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୧୯୪୫) ସମୟରେ ପ୍ରଚଳିତ ଥିଲା। ବ୍ଲାକଆଉଟ୍ ନିୟମ ଘର, କାରଖାନା, ଦୋକାନ ଏବଂ ଯାନବାହାନର ଆଲୋକୀକରଣକୁ ନିୟନ୍ତ୍ରଣ କରିଥିଲା, ଯେଉଁଥିରେ ଝରକାଗୁଡ଼ିକୁ ଘୋଡାଇ ଦେବା ଏବଂ ରାସ୍ତା ଆଲୋକ ବନ୍ଦ କରିବା ଅନ୍ତର୍ଭୁକ୍ତ ଥିଲା । ଏଥିରେ ଗାଡିର ହେଡଲାଇଟରେ କଳା ରଙ୍ଗ ଲଗାଇବା ଥିଲା। ବ୍ଲାକଆଉଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶତ୍ରୁପକ୍ଷର ବିମାନ ଆକ୍ରମଣକୁ ଯେମିତି କମାଇଦେବା। ବାସ୍ତବରେ ରାତିରେ, ସହରର ଆଲୋକ ଶତ୍ରୁ ପାଇଲଟମାନଙ୍କୁ ସେମାନଙ୍କର ଲକ୍ଷ୍ୟସ୍ଥଳ ଖୋଜିବାରେ ସାହାଯ୍ୟ କରୁଥିଲା। ଉଦାହରଣ ସ୍ୱରୂପ, ୧୯୪୦ ମସିହାର ଜର୍ମାନୀ ସେନା ରାତିରେ ବ୍ରିଟିଶ ସହରଗୁଡ଼ିକ ଉପରେ ବୋମା ମାଡ଼ କରିଥିଲା। 

ଯୁଦ୍ଧ ଘୋଷଣା ପୂର୍ବରୁ, ୧ ସେପ୍ଟେମ୍ବର ୧୯୩୯ରେ ବ୍ରିଟେନରେ ବ୍ଲାକଆଉଟ୍ ନିୟମ ଲାଗୁ କରାଯାଇଥିଲା। ରାତିରେ ଆଲୋକ ବାହାରକୁ ନ ଆସିବା ପାଇଁ ସମସ୍ତ ଝରକାକୁ ଓଜନିଆ ପରଦା, କାର୍ଡବୋର୍ଡ କିମ୍ବା କଳା ରଙ୍ଗରେ ଘୋଡ଼ାଇ ଦେବାକୁ ବାଧ୍ୟତାମୂଳକ କରାଯାଇଥିଲା। ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରିଦିଆଯାଇଥିଲା। ଲଣ୍ଡନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାହାର ଲାଇଟ୍ ବନ୍ଦ କିମ୍ବା ଡିମ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଯାନବାହାନର ଆଲୋକ ପାଇଁ କଠୋର ନିୟମ ଥିଲା, କାରଣ ହେଡଲାଇଟର ଆଲୋକ ଶତ୍ରୁପକ୍ଷର ବିମାନକୁ ଜନବସତି ଅଞ୍ଚଳ କିମ୍ବା କାରଖାନା ଆଡକୁ ନେଇପାରୁଥିଲା। ବ୍ରିଟେନରେ ଚାରିଚକିଆ ଗାଡିର କେବଳ ଗୋଟିଏ ହେଡଲାଇଟକୁ ଅନୁମତି ଦିଆଯାଇଥିଲା | ସେହିପରି ଗାଡ଼ିର ବମ୍ପର ଏବଂ ରନିଂ ବୋର୍ଡଗୁଡ଼ିକରେ ଧଳା ରଙ୍ଗ ଲଗାଯାଇଥିଲା | ରାତିରେ ଗାଡି ଚଲାଇବାର ବିପଦକୁ ଦୃଷ୍ଟିରେ ରଖି, ଘଣ୍ଟା ପ୍ରତି ୩୨ କିମି ବେଗ ସୀମା ଲାଗୁ କରାଯାଇଥିଲା | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe