ପେଜର ପରେ ଏବେ ୱାକି ଟକିରେ ହେଲା ବିସ୍ଫୋରଣ, ତିନିଜଣଙ୍କ ମୃତ୍ୟୁ

ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ନୂତନ ଘଟଣା ଏବେ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ମଙ୍ଗଳବାର ଲେବାନନରେ ପେଜର୍ ବିସ୍ଫୋରଣ ପରେ ଆଜି ରାଜଧାନୀ ବେରୁଟରେ ଦୁଇଟି ବିସ୍ଫୋରଣ ଘଟିଛି।

lebanon blast

ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ନୂତନ ଘଟଣା ଏବେ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ମଙ୍ଗଳବାର ଲେବାନନରେ ପେଜର୍ ବିସ୍ଫୋରଣ ପରେ ଆଜି ରାଜଧାନୀ ବେରୁଟରେ ଦୁଇଟି ବିସ୍ଫୋରଣ ଘଟିଛି। ବୁଧବାର ଘଟିଥିବା ଏହି ବିସ୍ଫୋରଣ ଇଲେକ୍ଟ୍ରୋନିକ୍ ଉପକରଣରେ ଘଟିଛି। ସୋସିଆଲ ମିଡିଆରେ କୁହାଯାଉଛି ଯେ ଏଥର ଲାପଟପ, ୱାକି ଟକି ଏବଂ ମୋବାଇଲରେ ବିସ୍ଫୋରଣ ଘଟିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ,  ଦେଶର ଦକ୍ଷିଣରେ ଏବଂ ରାଜଧାନୀର ଦକ୍ଷିଣ ଉପାନ୍ତରେ ହିଜବୁଲ ବ୍ୟବହାର କରୁଥିବା ହ୍ୟାଣ୍ଡହେଲ୍ଡ ରେଡିଓ(ୱାକି ଟକି) ବିସ୍ଫୋରଣ ହୋଇଛି।

ଖବର ଅନୁଯାୟୀ, ଗତକାଲି ଲେବାନନରେ ପେଜର ବିସ୍ଫୋରଣରେ ପ୍ରାୟ ୩୦୦୦ ଲୋକ ଆହତ ହେବା ସହ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଆଜିର ରିପୋର୍ଟ ଅନୁଯାୟୀ, ଲେବାନନରେ  ୱାକି ଟକି ବିସ୍ଫୋରଣରେ ଅତି କମରେ ୧୦୦ ଲୋକ ଆହତ ହୋଇଛନ୍ତି ଓ ତିନିଜଣଙ୍କର ମୃତ୍ୟୁ ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ,ଏହି ସବୁ  ୱାକି ଟକିକୁ ପାଞ୍ଚ ମାସ ପୂର୍ବରୁ ହିଜବୁଲ କିଣିଥିଲା। ପ୍ରାୟ ସମାନ ସମୟରେ ପେଜର୍ କିଣାଯାଇଥିଲା |

ଖବର ଅନୁଯାୟୀ ବୁଧବାର ଦିନ ହାତରେ ଧରିଥିବା ରେଡିଓ ଉପକରଣ ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ହିଜବୁଲ ମଙ୍ଗଳବାର ଅଭିଯୋଗ କରିଥିଲା ଯେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା । ଉଲ୍ଲେଖ ଥାଉ କି ଲେବାନନରେ ଉଭୟ ଆମେରିକା ଓ ୟୁରୋପୀୟ ସଂଘ ଦ୍ୱାରା ନିଷିଦ୍ଧ ହୋଇଥିବା ହିଜବୁଲ୍ଲାର ରାଜନୈତିକ ଓ ସାମରିକ ପ୍ରଭାବ ରହିଛି। ଏହି ଆତଙ୍କବାଦୀ ସଂଗଠନକୁ ଇରାନର ସମର୍ଥନ ମିଳୁଥିବା ବେଳେ ହିଜବୁଲ୍ଲା ଅକ୍ଟୋବର ୨୦୨୩ରୁ ଗାଜାରେ ଇସ୍ରାଏଲ ସହ ଲଢ଼େଇ କରୁଥିବା ହମାସକୁ ସମର୍ଥନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe