ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ରକ୍ତଦାନ ଶିବିର

ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃର ରାଇରଙ୍ଗପୁର ଶାଖା,ରାଇରଙ୍ଗପୁର ସର୍କଲର ସମସ୍ତ ଲ୍ୟାମ୍ପସ୍,ଏଆର୍ ସିଏସର ସମସ୍ତ କର୍ମଚାରୀ ଓ ଆମ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।

ୂର
ରାଇରଙ୍ଗପୁର: ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃର ରାଇରଙ୍ଗପୁର ଶାଖା,ରାଇରଙ୍ଗପୁର ସର୍କଲର ସମସ୍ତ ଲ୍ୟାମ୍ପସ୍,ଏଆର୍ ସିଏସର ସମସ୍ତ କର୍ମଚାରୀ ଓ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
ସମବାୟ ବ୍ୟାଙ୍କ୍ ର ଶାଖା ପ୍ରବନ୍ଧକ ମାନସ ରଞ୍ଜନ ଘୋଷ, ଏସଏଆର୍ ସିଏସସ୍ ଲକ୍ଷ୍ମୀଧର ରାଉତ,ବିଶୋଇ ଶାଖାର ପ୍ରବନ୍ଧକ ସମ୍ବିତ କୁମାର ଜେନା,ବିଭୁକଲ୍ୟାଣ ମଲ୍ଲିକ,ପ୍ରବୀର କୁମାର ଟୁଡୁ,ରଜତ କୁମାର ମହାନ୍ତ, ସୁରେନ୍ଦ୍ର ନାଥ ପାତ୍ର,ଶିବ ଶଙ୍କର ମହାନ୍ତ, ଜ୍ୟାତିପ୍ରକାଶ ଗିରି,ଉମେଶ ଚନ୍ଦ୍ର ମୁର୍ମୁ,ଆଶୁତୋଷ ମହାନ୍ତଙ୍କ ସମେତ ଅନ୍ୟ କର୍ମଚାରୀମାନେ ରକ୍ତଦାନ କରିଥିଲେ । ଏଥିରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ,ଏଲଟି ଓ କର୍ମଚାରୀ ମାନେ ରକ୍ତଦାନ ଶିବିର ପରିଚାଳନା କରିଥିଲେ ।
ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ତୁଷାରକାନ୍ତ ମହାନ୍ତ ଓ ଉତ୍ତର ଓଡ଼ିଶା ସଂସ୍କରଣର ପ୍ରସାର ବିଭାଗର ବରିଷ୍ଠ କାର୍ଯ୍ୟନିର୍ବାହୀ ବିରଞ୍ଜନ ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ରାଇରଙ୍ଗପୁର ବି.ଏମ୍ ମାନସ ରଞ୍ଜନ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।
blood donation camp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe