ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମଝି ଚିଲିକାରେ ପୁଣି ଯାତ୍ରୀବାହୀ ଡଙ୍ଗା ଫସିଥିବାର ଖବର ମିଳିଛି। ଏହି ଡଙ୍ଗାରେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଯାଉଥିବା ବେଳେ ୧୫ଟି ବାଇକ୍ ବି ସେଥିରେ ଥିବା ଜଣାଯାଇଛି।
ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ ମଏଁସା ନିକଟରେ ଡଙ୍ଗା ଅଟକିଥିବା ଜଣାପଡ଼ିଛି। ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗାଟି ଅଟକିଥିବା କୁହାଯାଉଛି। ଏବେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବା ହେତୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ଗନ୍ତବ୍ୟସ୍ଥଳରେ ଠିକ୍ ସମୟରେ ପହଞ୍ଚି ପାରୁନଥିବା କୁହାଯାଉଛି।
ମଝି ଚିଲିକାରେ ପୁଣି ଯାତ୍ରୀବାହୀ ଫସିଲା ଡଙ୍ଗା
Advertisment
Follow Us