ଇସ୍ରାଏଲ ଆକ୍ରମଣରେ ମୃତ ବରିଷ୍ଠ ଆଇଆରଜିସି କମାଣ୍ଡର ନୀଲଫୋରୁସାନଙ୍କ ମୃତଦେହ ଉଦ୍ଧାର

ଇରାନର ଇସଲାମିକ ରିଭୋଲ୍ୟୁସନ ଗାର୍ଡସ କର୍ପସ (ଆଇଆରଜିସି) ନିଜର ବରିଷ୍ଠ କମାଣ୍ଡର ଅବ୍ବାସ ନୀଲଫୋରୁସାନଙ୍କ ମୃତ୍ୟୁକୁ ନିଶ୍ଚିତ କରିବା ସହ ମୃତଦେହ ଉଦ୍ଧାର କରାଯାଇଛି ବୋଲି କହିଛି।

nilo

ତେହେରାନ : ଇରାନର ଇସଲାମିକ ରିଭୋଲ୍ୟୁସନ ଗାର୍ଡସ କର୍ପସ (ଆଇଆରଜିସି) ନିଜର ବରିଷ୍ଠ କମାଣ୍ଡର ଅବ୍ବାସ ନୀଲଫୋରୁସାନଙ୍କ ମୃତ୍ୟୁକୁ ନିଶ୍ଚିତ କରିବା ସହ ମୃତଦେହ ଉଦ୍ଧାର କରାଯାଇଛି ବୋଲି କହିଛି। ଗତ ମାସରେ ହିଜବୁଲ୍ଲା ନେତା ହାସନ ନସରଲ୍ଲାଙ୍କ ସହ ଏକ ବୈଠକ ବେଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ନୀଲଫୋରୁସାନ ନିହତ ହୋଇଥିଲେ। ସର୍ଚ୍ଚ ଟିମର ନିରନ୍ତର ଉଦ୍ୟମ ପରେ ନୀଲଫର୍ସନଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଆଇଆରଜିସି ଶୁକ୍ରବାର ସେପା ନ୍ୟୁଜ୍ ମାଧ୍ୟମରେ କହିଛି। 

ବିଶିଷ୍ଟ ଜେନେରାଲ ସହିଦ ହେବାକୁ ନେଇ ଆଇଆରଜିସି ସମବେଦନା ଜ୍ଞାପନ କରିଛି । ତାଙ୍କ ମୃତଦେହକୁ ଇରାନ ଅଣାଯିବ ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି। ତେବେ ଏ ନେଇ କେବେ କିଛି ସ୍ପଷ୍ଟ କରାଯାଇନାହିଁ। ସେପ୍ଟେମ୍ବର ୨୭ ରେ ଇସ୍ରାଏଲ ଆକ୍ରମଣରେ ନୀଲଫୋରୁସାନ ନିହତ ହୋଇଥିଲେ । ଇସ୍ରାଏଲ ବେରୁତର ଦକ୍ଷିଣ ଉପନଗର ଦହିୟାରେ ଥିବା ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ବଡ଼ ଧରଣର ଟାର୍ଗେଟ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ନସରଲ୍ଲାଙ୍କ ସହ ହିଜବୁଲ୍ଲାର ଅନେକ ବଡ଼ ବଡ଼ ନେତା ମଧ୍ୟ ପ୍ରାଣ ହରାଇଥିଲେ। ଆକ୍ରମଣ ସମୟରେ ନୀଲଫୋରୁସାନ ଓ ନସରଲ୍ଲାଙ୍କ ମଧ୍ୟରେ ଏକ ବୈଠକ ଚାଲିଥିଲା। ଏହି ଦୁଇଜଣଙ୍କ ମୃତ୍ୟୁପରେ ଇରାନ ସିଧାସଳଖ ଇସ୍ରାଏଲ ବିରୋଧରେ ଯୁଦ୍ଧକୁ ଅବତୀର୍ଣ୍ଣ ହୋଇଛି । ଗତ ଅକ୍ଟୋବର ପହିଲାରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଘନ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe