ବୈପାରିଗୁଡ଼ା ପୁଲିସ ଦ୍ଵାରା ୧୦ କୁଇଣ୍ଟାଲ ୨୩ କିଲୋ ଗଞ୍ଜେଇ ଜବତ

Advertisment

ବୈପାରିଗୁଡ଼ାର ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ କୁହାଯାଉଥିବା ଜି. ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଜଙ୍ଗଲ ଭିତରୁ ବୈପାରିଗୁଡ଼ା ପୁଲିସ ଦ୍ଵାରା ୧୦ କୁଇଣ୍ଟାଲ ୨୩ କିଲୋ ଗଞ୍ଜେଇ ଜବତ କରାଯାଇଛି।

Updated On

ବୈପାରିଗୁଡ଼ାର ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ କୁହାଯାଉଥିବା ଜି. ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଜଙ୍ଗଲ ଭିତରୁ ବୈପାରିଗୁଡ଼ା ପୁଲିସ ଦ୍ଵାରା ୧୦ କୁଇଣ୍ଟାଲ ୨୩ କିଲୋ ଗଞ୍ଜେଇ ଜବତ କରାଯାଇଛି।

ଅଦ୍ୟତନ ହୋଇଛି
zxc

ବୈପାରିଗୁଡ଼ା: ବୈପାରିଗୁଡ଼ାର ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ କୁହାଯାଉଥିବା ଜି. ମାଝିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଜଙ୍ଗଲ ଭିତରୁ ବୈପାରିଗୁଡ଼ା ପୁଲିସ ଦ୍ଵାରା ୧୦ କୁଇଣ୍ଟାଲ ୨୩ କିଲୋ ଗଞ୍ଜେଇ ଜବତ କରାଯାଇଛି।

ଗତକାଲି କିଛି ବ୍ୟକ୍ତି ଉକ୍ତ ଜଙ୍ଗଲ ଦେଇ ଯାଉଥିବା ବେଳେ ଜଙ୍ଗଲ ଭିତରେ କିଛି ବସ୍ତା ଥାକ ମାରି ରଖାଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ବୈପାରିଗୁଡ଼ା ପୁଲିସକୁ ସୂଚନା ଦେଇଥିଲେ। ପରେ ବୈପାରିଗୁଡ଼ା ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ ଏସ୍ଆଇ ସଞ୍ଜୀବ ବେହେରାଙ୍କୁ ଏକ ଟିମ୍ ଗଠନ କରି ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସଞ୍ଜୀବ ବେହେରା ଟିମ୍ ଗଠନ କରିବା ସହ ଟିକରପଡାର ଉକ୍ତ ଜଙ୍ଗଲକୁ ଯାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ସତର୍କତାର ସହିତ ବସ୍ତା ଗୁଡ଼ିକ ଖୋଲିବା ପରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।

ସୂଚନା ଅନୁଯାୟୀ, ଗତକାଲି କିଛି ବ୍ୟକ୍ତି ଉକ୍ତ ଜଙ୍ଗଲ ଦେଇ ଯାଉଥିବା ବେଳେ ଜଙ୍ଗଲ ଭିତରେ କିଛି ବସ୍ତା ଥାକ ମାରି ରଖାଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ବୈପାରିଗୁଡ଼ା ପୁଲିସକୁ ସୂଚନା ଦେଇଥିଲେ। ପରେ ବୈପାରିଗୁଡ଼ା ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ ଏସ୍ଆଇ ସଞ୍ଜୀବ ବେହେରାଙ୍କୁ ଏକ ଟିମ୍ ଗଠନ କରି ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସଞ୍ଜୀବ ବେହେରା ଟିମ୍ ଗଠନ କରିବା ସହ ଟିକରପଡାର ଉକ୍ତ ଜଙ୍ଗଲକୁ ଯାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ସତର୍କତାର ସହିତ ବସ୍ତା ଗୁଡ଼ିକ ଖୋଲିବା ପରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରୁ ଏହା ୧୦ କୁଇଣ୍ଟାଲ ୨୩ କିଲୋ ବୋଲି ଜଣାପଡ଼ିଥିଲା। କେହି ଗଞ୍ଜେଇ ମାଫିଆ ବିକ୍ରି ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଗଞ୍ଜେଇ ଲୁଚେଇ ରଖିବା ସହ ଗାଡ଼ିକୁ ଅପେକ୍ଷା କରିଥିଲା। ସୁଯୋଗ ଦେଖି ଚାଲାଣ କରିବାର ଉଦ୍ଦେଶ୍ୟ ଥିଲା ବୋଲି ବୈପାରିଗୁଡା ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି। ପୁଲିସ ତଦନ୍ତ ଜାରି ରଖିଛି। ତୁରନ୍ତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe